ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲାରେ 29 ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ
Khabar Odisha:In-the-last-24-hours-29-new-corona-disease-cases-have-been-identified-in-Cuttack-district
କଟକ, ଜୁଲାଇ ୦୭ (ଖବର ଓଡ଼ିଶା):

କଟକରେ ଜିଲ୍ଲାରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୨୯ ନୂଆ ଆକ୍ରାନ୍ତଙ୍କ ସହ କଟକ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୮୫୫ ଛୁଇଁଛି ।

ଜିଲ୍ଲା ପ୍ରଶାସନ ଦେଇଥିବା ସୁଚନା ଅନୁଯାୟୀ, କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି)ରୁ ୫ ଜଣ ଏବଂ ବଡ଼ମ୍ବା ଅଞ୍ଚଳରୁ ୫ ଜଣ, ବାଙ୍କିରୁ ୧୨ ଜଣ, ନରସିଂହପୁର ଓ ନିଆଳିରୁ ୨ ଜଣ ଲେଖାଏଁ ଏବଂ ଟାଙ୍ଗି, କଟକ ସଦର ଏବଂ ସାଲେପୁରରୁ ଅଞ୍ଚଳରୁ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି ।

ପାଞ୍ଚଟି ମୃତ୍ୟୁ ଏବଂ ୫୪୪ ଜଣ ଆରୋଗ୍ୟଙ୍କ ସହ କଟକ ଜିଲ୍ଲାରେ ବର୍ତ୍ତମାନ ୩୦୩ ଟି ସକ୍ରିୟ ମାମଲା ରହିଛି ।

  • Tags:

Subscribe

National International State Sports Entertainment