ଥାନେ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ଆସ୍ଥା ଏବଂ ହିନ୍ଦୁ ଏକତା ଉପରେ ଗୁରୁତ୍ୱାରୋପ କରିବା ସହ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରିଛନ୍ତି। ସନାତନ ରାଷ୍ଟ୍ର ସମ୍ମିଳନୀକୁ ସମ୍ବୋଧିତ କରି ଜୟ ଶ୍ରୀରାମ ସ୍ଲୋଗାନ ଦେଇ ସେ କହିଛନ୍ତି, ମୁଁ ଅନୁଭବ କରୁଛି ଯେ ମୁଁ ଅଯୋଧ୍ୟା ଆସିଛି। ସାଧୁସନ୍ଥମାନଙ୍କ ଶିକ୍ଷାକୁ ଆଗକୁ ବଢ଼ାଇବି।
ମହାରାଷ୍ଟ୍ର ହେଉଛି ସାଧୁ ସନ୍ଥ ଓ ବୀରମାନଙ୍କର ଦେଶ। ମୁଁ ସର୍ବଦା ଧର୍ମକୁ ଗ୍ରହଣ କରିଛି ଏବଂ ମାନବିକତା ପାଇଁ କାମ କରିଛି। ହିନ୍ଦୁ ଏକତା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୨୦ରେ ପାଲଘର ଜିଲ୍ଲାରେ ଦୁଇ ଜଣ ସାଧୁଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଘଟଣାକୁ ମଧ୍ୟ ସେ ମନେ ପକାଇ କହିଛନ୍ତି ଯେ ସେହି ସମୟରେ କ୍ଷମତାରେ ଥିବା ଲୋକମାନେ ଚୁପ୍ ରହିଥିଲେ। ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାବିକାଶ ଆଘାଡି ସରକାର ବିଷୟରେ ସେ ଏହା କହିଛନ୍ତି।
ଅଧିକ ପଢ଼ନ୍ତୁ: ମମତା ସରକାରଙ୍କ ନିକଟରେ ଅନେକ ଦାବି ଉପସ୍ଥାପନ କଲେ କନିଷ୍ଠ ଡାକ୍ତର