ଜମ୍ମୁ: ଜମ୍ମୁ ଡିଭିଜନରେ ବଢୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଆକ୍ରମଣ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜମ୍ମୁରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି) ପାଇଁ ଏକ ସ୍ଥାୟୀ କେନ୍ଦ୍ର ସ୍ଥାପନକୁ ମଞ୍ଜୁରୀ ଦେଇଛି। ଏହି କେନ୍ଦ୍ରରେ ଏନ୍ଏସ୍ଜିର ୩ରୁ ୪ଟି ଅଂଶ ସର୍ବଦା ମୁତୟନ ରହିବ।
ଜମ୍ମୁ ସହରର ବିଭିନ୍ନ ସ୍ଥାନ ଉପକଣ୍ଠରେ ଥିବା ଉଚ୍ଚ କୋଠା, ସୁରକ୍ଷା ପ୍ରତିଷ୍ଠାନ ଏବଂ ସମ୍ବେଦନଶୀଳ ସାର୍ବଜନୀନ ସ୍ଥାନଗୁଡ଼ିକର ସୁରକ୍ଷା ଅଡିଟ୍ କରିବା ସହ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏନଏସଜି ନିଜର ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛି।
କେନ୍ଦ୍ରର ଏହି ନିଷ୍ପତି ପରେ ଏବେ ଜମ୍ମୁ ଏବଂ ଏହାର ଆଖପାଖ ଅଂଚଳରେ ବିଶେଷ କରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି କୌଣସି ଜରୁରୀକାଳୀନ ଏବଂ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଏନଏସଜିକୁ ଦିଲ୍ଲୀ କିମ୍ବା ଚଣ୍ଡିଗଡ଼ରୁ ଡାକିବାକୁ ପଡିବ ନାହିଁ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିର୍ଦ୍ଦେଶ କ୍ରମେ ୨୦୧୮ରୁ ଏନଏସଜି ଶ୍ରୀନଗରରେ ଅବସ୍ଥାପିତ ଥିଲା।
ଗତ କିଛି ବର୍ଷ ମଧ୍ୟରେ ଜମ୍ମୁ ଡିଭିଜନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଜମ୍ମୁ ସହର ଭିତରେ ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ ଆଶଙ୍କା ରହିଛି। ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜମ୍ମୁରେ ଏକ ସ୍ଥାୟୀ ଏନଏସଜି ବେସକୁ ମଞ୍ଜୁରୀ ଦେଇଛି। ଏନ୍ଏସ୍ଜି ଯବାନଙ୍କ ଏକ ଦଳ ଏବେ ଜମ୍ମୁରେ ସ୍ଥାୟୀ ଭାବେ ରହିବେ।
ଜମ୍ମୁରେ ଏନଏସଜି ମୁତୟନ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନେ କହିଛନ୍ତି ଯେ ଜମ୍ମୁ-କଶ୍ମୀର ପୋଲିସ ଦ୍ୱାରା ଜମ୍ମୁ-କଶ୍ମୀର ପାଇଁ ପ୍ରସ୍ତୁତ ଆତଙ୍କବାଦ ନିରୋଧୀ ଆକ୍ସନ ପ୍ଲାନ ଅଧୀନରେ ଏନଏସଜି କମାଣ୍ଡୋ ମୁତୟନ କରାଯାଇଛି। କିନ୍ତୁ ଏନଏସଜି କମାଣ୍ଡୋ ମୁତୟନର ଅର୍ଥ ନୁହେଁ ଯେ ଏନଏସଜି ଏବେ ଜମ୍ମୁ ଏବଂ ଏହାର ଆଖପାଖ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅଭିଯାନ ହାତକୁ ନେବ। ଏହି ଦାୟିତ୍ୱ ଜମ୍ମୁ-କଶ୍ମୀର ପୁଲିସର ଏବଂ ଏହା ଏବଂ ଏହାର ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
ଏବେ ପର୍ଯ୍ୟଟକମାନେ ସିଆଚେନ୍, କାର୍ଗିଲ ଓ ଗଲୱାନ ଯୁଦ୍ଧ କ୍ଷେତ୍ରରେ ବୁଲିପାରିବେ। ଜମ୍ମୁ-କଶ୍ମୀରରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସେନା ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ବୁଧବାର କହିଛନ୍ତି ଯେ ଆମେ ପର୍ଯ୍ୟଟକମାନଙ୍କୁ ସିଆଚେନ୍ ଗ୍ଲେସିୟର, କାର୍ଗିଲ ଏବଂ ଗଲୱାନ ଉପତ୍ୟକାର ବରଫପାତ ଶିଖର ପରିଦର୍ଶନ କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛୁ ଯାହା ଦ୍ୱାରା ସେମାନେ ଏହି ଦୁର୍ଗମ ଯୁଦ୍ଧ କ୍ଷେତ୍ରର ପ୍ରତ୍ୟକ୍ଷ ଅନୁଭୂତି ପାଇପାରିବେ।
ଜମ୍ମୁ-କଶ୍ମୀରରେ ମୁଖ୍ୟ ବିଷୟବସ୍ତୁ ଆତଙ୍କବାଦରୁ ପର୍ଯ୍ୟଟନକୁ ବଦଳିଯାଇଛି ଏବଂ ସେନା ଏହି ପରିବର୍ତ୍ତନରେ ସହାୟକ ହୋଇଛି। ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟରେ ପ୍ରତିରକ୍ଷା ଓ ରଣନୀତିକ ଅଧ୍ୟୟନ ବିଭାଗ ଦ୍ୱାରା ଆୟୋଜିତ ଏକ ବକ୍ତୃତା ଶୃଙ୍ଖଳାକୁ ସମ୍ବୋଧିତ କରି ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଜମ୍ମୁ-କଶ୍ମୀରର ପର୍ଯ୍ୟଟନ କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ: ତୀର୍ଥଯାତ୍ରୀଙ୍କୁ ଗାଡ଼ିରେ ନେଇଗଲା ସେନା