ହକି ବିଶ୍ବକପ୍-୨୦୨୩: ଦୁଇ ଆଇଏଏସ ଅଧିକାରୀଙ୍କୁ ଓଏସଡି ଭାବେ ଅତିରିକ୍ତ ଦାୟିତ୍ବ ଭୁବନେଶ୍ବର, ଅକ୍ଟୋବର ୪(ଖବର ଓଡ଼ିଶା) Share story: ଆଗାମୀ ବର୍ଷ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଉରକେଲା ଓ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ବକପ୍-୨୦୨୩। ରାଷ୍ଟ୍ରୀୟ ପ୍ରତିଯୋଗିତାରେ ମୋଟ ୪୪ ମ୍ୟାଚ୍ ଖେଳାଯିବ। ତେବେ ଏହାକୁ ଦୃଷ୍ଟି ରେ ରଖି ଓଡ଼ିଶା ସରକାର ଦୁଇଜଣ ଆଇଏସ ଅଧିକାରୀଙ୍କୁ ଓଏସଡି ଭାବେ ସ୍ବତନ୍ତ୍ର ଦାୟିତ୍ବ ଦେଇଛନ୍ତି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଓ ଇପିକଲର ପରିଚାଳନା ନିର୍ଦେଶକ ତଥା ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ଓ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦେଶକ ରଘୁ ଜିଙ୍କୁ ବି କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଓଏସଡି ଭାବେ ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ସେହି ପରି ଓଡ଼ିଶା ଖଣି ନିଗମ ଓ ଇଡକଲର ପରିଚାଳନା ନିର୍ଦେଶକ ବଲବନ୍ତ ସିଂହଙ୍କୁ ବିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଖବର ଓଡ଼ିଶା, Reporter, 03/10/2022