ତେଲ ଅବିଭ: ଇସ୍ରାଏଲ କ୍ୟାବିନେଟ୍ ଅସ୍ତ୍ରବିରତି ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ହାମାସ ସହ ହୋଇଥିବା ଚୁକ୍ତିକୁ ଅନୁମୋଦନ କରିଛି। ଏଥି ପାଇଁ ଶନିବାର ୬ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ବୈଠକ ଚାଲିଥିଲା। ଏହି ଚୁକ୍ତି ଆଜି (ରବିବାର) କାର୍ଯ୍ୟକାରୀ ହେବ। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, କ୍ୟାବିନେଟର ୮ ଜଣ ସଦସ୍ୟ ଏହି ଚୁକ୍ତିକୁ ବିରୋଧ କରିଥିବା ବେଳେ ୨୪ ଜଣ ମନ୍ତ୍ରୀ ଏହାକୁ ସମର୍ଥନ କରିଛନ୍ତି। ବିରୋଧୀମାନେ କହିଛନ୍ତି ଯେ ଏହି ଚୁକ୍ତି ହାମାସ ଆଗରେ ଆତ୍ମସମର୍ପଣର ପ୍ରତିନିଧିତ୍ୱ କରୁଛି। ହମାସ ଏପର୍ଯ୍ୟନ୍ତ ମୁକ୍ତ ହେବାକୁ ଥିବା ବନ୍ଧକଙ୍କ ତାଲିକା ପ୍ରଦାନ କରିନାହିଁ। କତାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଚୁକ୍ତି ସ୍ଥାନୀୟ ସମୟ ସକାଳ ସାଢ଼େ ୮ଟାରୁ କାର୍ଯ୍ୟକାରୀ ହେବ। ଏହା ଦ୍ୱାରା ଗାଜାରେ ୧୫ ମାସ ଧରି ଚାଲିଥିବା ସଂଘର୍ଷର ଅନ୍ତ ଘଟିବାର ବାଟ ଖୋଲିଛି, ଯଦିଓ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ହାମାସ ଏପର୍ଯ୍ୟନ୍ତ ବନ୍ଦୀମାନଙ୍କର ତାଲିକା ପ୍ରଦାନ କରିନାହିଁ। ବନ୍ଦୀଙ୍କ ତାଲିକା ନ ମିଳିବା ପର୍ଯ୍ୟନ୍ତ ଇସ୍ରାଏଲ ଏହି ଚୁକ୍ତିକୁ ଆଗକୁ ବଢ଼ାଇବ ନାହିଁ।
ଇସ୍ରାଏଲର ନ୍ୟାୟ ମନ୍ତ୍ରଣାଳୟ ଗାଜାରେ ହାମାସ ସହ ସଂଘର୍ଷକୁ ରୋକିବା ପାଇଁ ହୋଇଥିବା ଚୁକ୍ତି ଅନୁଯାୟୀ ମୁକ୍ତ ହେବାକୁ ଥିବା ୭୩୭ ଜଣ ପାଲେଷ୍ଟାଇନ୍ କଏଦୀଙ୍କ ତାଲିକା ପ୍ରକାଶ କରିଛି। ସେପଟେ ରାଜିନାମା ହେବା ପରଠାରୁ ଗାଜାରେ ଇସ୍ରାଏଲର ଯୁଦ୍ଧ ବିମାନ ଆକ୍ରମଣ ଜାରି ରଖିଛି । ଶନିବାର ଇସ୍ରାଏଲ ଏହି ଅଞ୍ଚଳରେ ବୋମାମାଡ଼ କରିଥିଲା। ଗାଜାରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ରେ ୫ ଜଣଙ୍କ ମୃତ୍ୟୁ ଘଟିଛି।
ବୁଧବାର ଦିନ ଅସ୍ତ୍ରବିରତି ଚୁକ୍ତି ଘୋଷଣା ହେବା ପରଠାରୁ ଇସ୍ରାଏଲବିସ୍ଫୋରଣରେ ୧୨୩ ଜଣ ପାଲେଷ୍ଟାଇନ୍ ନିହତ ହୋଇଛନ୍ତି ବୋଲି ପାଲେଷ୍ଟାଇନ୍ ବେସାମରିକ ଜରୁରୀକାଳୀନ ସେବା ସୂଚନା ଦେଇଛି। ସୂଚନାଯୋଗ୍ୟ, ୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ହାମାସ ଇସ୍ରାଏଲରେ ବଡ଼ ଧରଣର ଆକ୍ରମଣ କରିଥିଲା, ଯେଉଁଥିରେ ପାଖାପାଖି ୧୨୦୦ ଲୋକ ପ୍ରାଣ ହରାଇଥିଲେ। ୨୫୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖାଯାଇଥିଲା। ସେବେଠାରୁ ଗାଜାରେ ଇସ୍ରାଏଲ ଦ୍ୱାରା କରାଯାଇଥିବା ସାମରିକ ଅପରେସନରେ ୪୬,୮୯୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଚୁକ୍ତି ତିନୋଟି ପର୍ଯ୍ୟାୟରେ ରହିଛି। ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କତାର ମଧ୍ୟରେ ହୋଇଥିବା ଚୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ଶୁକ୍ରବାର ଦିନ ହାମାସ କହିଛି ଯେ ଗାଜାରେ ଅସ୍ତ୍ରବିରତି ପାଇଁ ଥିବା ସମସ୍ତ ପ୍ରତିବନ୍ଧକ କୁ ହଟାଇ ଦିଆଯାଇଛି। ଏହି ଚୁକ୍ତିକୁ ହମାସ ଗ୍ରହଣ କରିସାରିଛି। ଏହି ଅସ୍ତ୍ରବିରତି ଚୁକ୍ତି ତିନୋଟି ପର୍ଯ୍ୟାୟରେ ହୋଇଛି।