କରୋନା ନେଇ ଜେଲ ବିଭାଗ ପାଇଁ ଗାଇଡଲାଇନ ଜାରି, ପଜିଟିଭ ଥିଲେ ଜେଲ ମନା
Khabar Odisha:Guidelines-for-the-prison-department-continue-to-apply-to-Corona-while-the-prison-was-positive
ଓଡିଶା, ଏପ୍ରିଲ୍ ୮ (ଖବର ଓଡ଼ିଶା)

 କରୋନା ନେଇ ଜେଲ ବିଭାଗ ପାଇଁ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ଜେଲ ଅଧୀକ୍ଷକମାନଙ୍କୁ ଗାଇଡଲାଇନ ପଠାଇଛନ୍ତି ଜେଲ୍ ଡିଜି । କେହି ଅନ୍ତେବାସୀ ପଜିଟିଭ ଚିହ୍ନଟ ହେଲେ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବେ ବୋଲି ଗାଇଡଲାଇନରେ ରହିଛି । କୋର୍ଟଙ୍କ ରିମାଣ୍ଡ ଅନୁମତି ଆଣି ସଂପୃକ୍ତ ବନ୍ଦୀଙ୍କୁ ହସ୍ପିଟାଲ ପଠାଯିବ । ପଜିଟିଭଙ୍କୁ ସିସିସି ଏବଂ ଗୁରୁତରଙ୍କୁ କୋଭିଡ କେୟାର ହସ୍ପିଟାଲ ପଠାଯିବ । କୌଣସି କୋଭିଡ ଆକ୍ରାନ୍ତଙ୍କୁ ଦେଲ ପରିସରରେ ରଖାଯିବ ନାହିଁ । ବର୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଗକୁ ସ୍ଥିତି କଣ ହେବ କିଛି କହିହେବନି । ଏଥିପାଇଁ ସରକାର ଦରକାର ପଡିଲେ କଠୋର ପଦକ୍ଷେପ ମଧ୍ୟ ଗ୍ରହଣ କରିପାରନ୍ତି । ଦେଶରେ କରୋନା କହର ପୁଣି ମାଡିବାରେ ଲାଗିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏହା ଅଧିକ ମାତ୍ରାରେ ବ୍ୟାପୁଛି ।

  • Tags:

Subscribe

National International State Sports Entertainment