ନିଆରା ଢଙ୍ଗରେ ପାଳିଲେ ବାହାଘର : ଜେସିବିରେ ବସି ବର ଗଲା କନ୍ୟାଘର
Khabar Odisha:Groom-arrives-bride-house-in-JCB
ଖବର ଓଡିଶା : 02/05/2023

ଯେତେବେଳେ ବି ଯେଉଁଠି ବାହାଘର ହୁଏ, ସେଠି ବରର ଗାଡିକୁ ଅଧିକ ଗରୁତ୍ୱ ଦିଆଯାଏ। କେଉଁ ବର କେତେ ଦାମୀଗାଡି ଓ ସୁସଜ୍ଜିତ ଗାଡ଼ିରେ ଯିବ ତା ଉପରେ ଫୋକସ୍‌ ଦିଆଯାଇଥାଏ। ଏଠି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ସାନ ଭାଇର କଥାକୁ ରକ୍ଷାକରିବାକୁ ଯାଇ ଜେସିବିରେ ବସି କନ୍ୟାଘରକୁ ଗଲା ବର l  ଧୂମଧାମରେ ବାହାଘର ବି ହେଲା l ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଛତରଙ୍ଗ ଗ୍ରାମରେ l 

ଖବର ଅନୁଯାୟୀ, ଛତରଙ୍ଗ ଗ୍ରାମର ଗଙ୍ଗାଧର ବେହେରା ନୟାଗଡ ଜିଲ୍ଲାର କିଆଝର ଗ୍ରାମକୁ ବିବାହ କରିବାକୁ ଯାଇଥିଲେ l ତାହା ବି ପୁଣି ଜେସିବିରେ l ସାନ ଭାଇର ଇଛାକୁ ରକ୍ଷା କରିବାକୁ ଯାଇ ବଡ ଭାଇ ଏପରି ନିଆରା ଢଙ୍ଗରେ ବିବାହ ମଣ୍ଡପରେ ପହଞ୍ଚିଥିଲା l ମଣ୍ଡପରେ ପହଞ୍ଚିବା ପୂର୍ବରୁ ସାଧାରଣ ଭାବେ ଯେମିତି ବର ବରଯାତ୍ରୀ ନେଇ ବାହାରିଥାଏ ସେହିଭଳି ଯୁବକ ଜଣକ ବେଶ ଜାଜମକରେ ବହାରିଥିଲେ । ଆଉ ଏହି ବିବାହର ଭିଡିଓଟି ଏବେ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଛି ।

Subscribe

National International State Sports Entertainment