ବାରଣାସୀ: ଗାଜିପୁରର ନନ୍ଦଗଞ୍ଜ ଥାନାରେ ଚାନ୍ଦୌଲିର ପୂର୍ବତନ ଏସ୍ପି ଅମିତ କୁମାର (ଆଇପିଏସ୍), ୪ ଜଣ ଇନ୍ସପେକ୍ଟରଙ୍କ ସମେତ ୧୮ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗାଜିପୁର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ୍) ସ୍ୱପନ ଆନନ୍ଦଙ୍କ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଏଫଆଇଆର ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଦଙ୍ଗା, ସରକାରୀ କର୍ମଚାରୀଙ୍କ ଦ୍ୱାରା ଆଇନ ଅବମାନନା, ଭୁଲ ଭାବେ ଅଟକ ରଖିବା, ଅପହରଣ, ଦାଦାବଟି ଆଦାୟ ଏବଂ ଠକେଇ ଧାରାରେ ମାମଲା ରୁଜୁ କରାଯାଇଛି।
ବାରାଣାସୀର ଭୁଲ୍ଲନପୁର ଅଞ୍ଚଳରେ ରହୁଥିବା ହେଡ୍ କନଷ୍ଟେବଳ ଅନୀଲ ସିଂହ ୨୦୨୨ରେ ସିଜେଏମଙ୍କ କୋର୍ଟରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଅନିଲ କହିଥିଲେ ଯେ ସେ ପ୍ରକାଶ କରିଛନ୍ତି ଯେ ଚାନ୍ଦୌଲିର ତତ୍କାଳୀନ ଏସପିଙ୍କ ସମେତ ପୁଲିସ କର୍ମଚାରୀମାନେ ପ୍ରତି ମାସରେ ଜନସାଧାରଣଙ୍କଠାରୁ ୧୨.୫୦ ଲକ୍ଷ ଟଙ୍କା ଆଦାୟ କରୁଥିଲେ। ଏହା ଉପରେ ଏସପି ୨୦୨୧ ଫେବ୍ରୁଆରି ୨୮ରେ ଅନିଲଙ୍କୁ ବହିଷ୍କାର କରିଥିଲେ।
ବାରାଣସୀର ଭୁଲ୍ଲନପୁର ଅଞ୍ଚଳରେ ରହୁଥିବା ହେଡ୍ କନଷ୍ଟେବଳ ଅନିଲ ସିଂହ ୨୦୨୨ରେ ସିଜେଏମଙ୍କ କୋର୍ଟରେ ଅଭିଯୋଗ କରିଥିଲେ। ଅଭିଯୋଗରେ ଅନିଲ କହିଥିଲେ ଯେ ସେ ପ୍ରକାଶ କରିଛନ୍ତି ଯେ ଚାନ୍ଦୌଲିର ତତ୍କାଳୀନ ଏସପିଙ୍କ ସମେତ ପୁଲିସ କର୍ମଚାରୀମାନେ ପ୍ରତି ମାସରେ ଜନସାଧାରଣଙ୍କଠାରୁ ୧୨.୫୦ ଲକ୍ଷ ଟଙ୍କା ଆଦାୟ କରୁଥିଲେ। ଏହା ଉପରେ ଏସପି ୨୦୨୧ ଫେବ୍ରୁଆରି ୨୮ରେ ଅନିଲଙ୍କୁ ବହିଷ୍କାର କରିଥିଲେ।
ଅଧିକ ପଢ଼ନ୍ତୁ: ଉତ୍ତର ପ୍ରଦେଶର ଏହି ଜିଲ୍ଲାରେ ୧୬ ଯନ୍ତ୍ରୀ ନିଲମ୍ବିତ