ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କର ଆଜିଠାରୁ ତିନି ଦିନିଆ କତାର ଗସ୍ତରେ ଯିବେ। ସେଠାରେ ସେ ଡିସେମ୍ବର ୩୦ରୁ ଜାନୁଆରୀ ପହିଲା ପର୍ଯ୍ୟନ୍ତ ରହିବେ। ଏହି ଗସ୍ତ ସମୟରେ ସେ କତାରର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲରହମାନ ବିନ୍ ଜାସିମ୍ ଅଲ୍ ଥାନିଙ୍କୁ ଭେଟିବେ।
ଜୟଶଙ୍କର ବିଭିନ୍ନ ପ୍ରସଙ୍ଗରେ କତାର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏହି ଗସ୍ତ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ରାଜନୈତିକ, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ନିରାପତ୍ତା, ସାଂସ୍କୃତିକ ଏବଂ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗର ସମୀକ୍ଷା କରିବେ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚଳିତ ମାସ ୬-୭ ତାରିଖରେ କତାର ଗସ୍ତ କରିଥିଲେ। କତାର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମହାମହିମ ଶେଖ୍ ମହମ୍ମଦ ବିନ୍ ଅବଦୁଲରହମାନ ଅଲ୍ ଥାନିଙ୍କ ନିମନ୍ତ୍ରଣକ୍ରମେ ଦୋହା ଫୋରମରେ ଯୋଗ ଦେଇ ସେ ଏହା କହିଛନ୍ତି।
ଅଧିକ ପଢ଼ନ୍ତୁ: ଭାରତୀୟ ଦଳର ସ୍ଥିତି ଖରାପ; ମଧ୍ୟାହ୍ନ ଭୋଜନ ସୁଦ୍ଧା ୩ ୱିକେଟ୍ ହରାଇଲା