ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ରେ ସୋମବାର ଭୋରରୁ ଏକ ଏଟିଏମ୍ ଜଳି ଯାଇଛି। ବେଲପାହାଡ଼ ଫାଟକ ନିକଟରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଟିଏମରେ ସୋମବାର ଭୋର ସମୟରେ ଘଟିଥିବା ଏହି ଅଗ୍ନିକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲା। ଏଟିଏମ୍ ପ୍ରକୋଷ୍ଠରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।
ସୂଚନା ଆଧାରରେ ଟିଆରଏଲ କ୍ରୋସାକିର ଅଗ୍ନିଶମ ବିଭାଗ ଓ ସୁରକ୍ଷା କର୍ମୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମ କରିଥିଲେ। ଦମକଳ ବାହିନୀର ପ୍ରାୟ ଏକ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ କରାଯାଇଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତଦନ୍ତ ପରେ ଜଣା ପଡିବ ବୋଲି ଅଗ୍ନିଶମ ବାହିନୀ ପ୍ରକାଶ କରିଛି।
ଏହି ଏଟିଏମ୍ ଚାରିପାଖରେ ବହୁ ଦୋକାନ, ବଜାର ଏବଂ ଜନବସତି ଥିବାରୁ ନିଆଁ ବ୍ୟାପିଯିବା ଆଶଙ୍କାରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସମୟୋପଯୋଗୀ ଭାବେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି।
ଅଧିକ ପଢ଼ନ୍ତୁ: ‘ବନ୍ଦେ ମାତରମ୍’ର ଅପମାନ ପାଇଁ ତିନି ବର୍ଷ ଜେଲ୍ ଦଣ୍ଡ; ଆଜି ରାଜ୍ୟସଭାରେ ବିଲ୍ ଆଗତ