ଡ଼ିଆରଡ଼ିଓ ତଥ୍ୟ ଲିକ୍ ମାମଲାରେ ଗିରଫ ହୋଇଥିବା ୪ ଜଣ ଠିକା କର୍ମଚାରୀଙ୍କୁ କୋର୍ଟ ଚାଲାଣ
Khabar Odisha:FOUR-contract-workers-arrested-in-connection-with-the-DRDO-case-have-been-arraigned
ବାଲେଶ୍ୱର,ସେପ୍ଟେମ୍ବର 15(ଖବର ଓଡ଼ିଶା):

ଚାନ୍ଦିପୁର ଡ଼ିଆରଡ଼ିଓ ତଥ୍ୟ ଲିକ୍ ମାମଲାରେ ଗିରଫ ହୋଇଥିବା ୪ ଜଣ ଠିକା କର୍ମଚାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଫଳରେ ବାଲେଶ୍ୱର ଏସ୍‌ଡ଼ିଜେଏମ୍ କୋର୍ଟରେ ୪ ଅଭିଯୁକ୍ତ ହାଜର ହୋଇଛନ୍ତି । ଗିରଫ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ବର୍ତ୍ତମାନ ଗିରଫ ହେଲେ ତାପସ ରଞ୍ଜନ ନାୟକ । ତାପସ ରଞ୍ଜନ ନାୟକ ଆଟିଆର ର ମେନ୍ ଗେଟ୍‌ରେ କାର୍ଯ୍ୟ କରନ୍ତି ।

 ସେହିପରି ଗିରଫ ହୋଇଥିବା ଅନ୍ୟ ୩ ଅଭଯୁକ୍ତ ହେଉଛନ୍ତି ବସନ୍ତ ବେହେରା,ହେମନ୍ତ ମିସ୍ତ୍ରୀ ,ସେକ୍ ମୁସାଫିର୍ । ତାଙ୍କ ବିରୋଧରେ ମଧ୍ୟ ୧୨୦-ବି/୧୨୧-ଏ/୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି ।କେବଳ ଏତିକି ନୁହେଁ ଆଇପିସିଆଲ୍ ସିକ୍ରେଟ୍ ଆକ୍ଟ ୧୯୨ ଧାରା ୩,୪,୫ରେ ମଧ୍ୟ ମାମଲା ହୋଇଛି । 

ସୁଚନା ଅନୁସାରେ ଗତକାଲି ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗ ହୋଇଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ୍ ଅଭିଯୋଗରେ ୪ ଜଣଙ୍କୁ ଅଟକ ରଖିଥିଲା ବାଲେଶ୍ୱର ପୋଲିସ ।

 ଡିଆରଡିଓ ପରିସରରେ ଠିକା କାମ କରୁଥିବା ଏହି କର୍ମଚାରୀଙ୍କୁ ବାଲେଶ୍ୱର ପୋଲିସ ଉଠାଇ ଆଣିଥିବା ସୂଚନା ମିଳିଥିଲା ।

  • Tags:

Subscribe

National International State Sports Entertainment