ହସ୍ପିଟାଲରେ ଭର୍ତ୍ତି ହେବା ପରେ ଅଭିନେତା ସଂଜୟ ଦତ୍ତ କହିଲେ- ଆପଣମାନେ ସୁରକ୍ଷିତ ରୁହନ୍ତୁ
Khabar Odisha:Entertainment-Bollywood-actor-Sanjay-Dutt-said-I-have-no-covid-19-infection

ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): ଶ୍ୱାସକ୍ରିୟା ଜନିତ ଅସୁବିଧାର ସମ୍ମୁଖୀନ ହେବା ପରେ ଶନିବାର ରାତି ଲୀଲାବତୀ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ ଅଭିନେତା ସଂଜୟ ଦତ୍ତ କହିଛନ୍ତି, ବର୍ତ୍ତମାନ ଚିକିତ୍ସାଧୀକାରୀଙ୍କ ହେପାଜତରେ ଅଛନ୍ତି । ସଂଜୟ ଦତ୍ତ (୬୧) କହିଛନ୍ତି, ଲୀଲାବତୀ ହସ୍‌ପିଟାଲରେ ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଛି । କିନ୍ତୁ ସେ କୋଭିଡ-୧୯ ସଂକ୍ରମଣର ଶିକାର ହୋଇନାହାନ୍ତି । ସେ ନିଜର ପ୍ରଶଂସକଙ୍କୁ ଲେଖିଛନ୍ତି, ସୁସ୍ଥ ଅଛନ୍ତି । 

ସଂଜୟ ଦତ୍ତଟୁଇଟର ଏବଂ ଇନଷ୍ଟ୍ରାଗ୍ରାମରେ ଲେଖିଛନ୍ତି, ସମସ୍ତଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ, ମୁଁ ଠିକ ଅଛି । ମୁଁ ଚିକତ୍ସାଅଧିକାରୀଙ୍କ ହେପାଜତରେ ଅଛି । କୋଭିଡ-୧୯ ରିପୋର୍ଟରେ ସଂକ୍ରମଣ ଜଣାପଡ଼ିନାହିଁ । ଲୀଲାବତୀ ହସ୍‌ପିଟାଲରେ ଡାକ୍ତର, ନର୍ସ ଏବଂ କର୍ମଚାରୀ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏଠାରୁ ସଂପୂର୍ଣ୍ଣ ଠିକ ହୋଇ ଦିନେ ଦୁଇ ଦିନ ମଧ୍ୟରେ ଘରକୁ ଯିବ । ଆପଣମାନଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ । ଆପଣ ମଧ୍ୟ ସୁରକ୍ଷିତ ରୁହନ୍ତୁ । 

 

  • Tags:

Subscribe

National International State Sports Entertainment