ମୋରିଗାଓଁ: ଆସାମର ମୋରିଗାଓଁ ଜିଲ୍ଲାରେ ଗୁରୁବାର ସକାଳେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି (ଏନସିଏସ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି (ଏନସିଏସ) ପକ୍ଷରୁ କୁହାଯାଇଛି ଯେ ଗୁରୁବାର ରାତି ୨ଟା ୨୫ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ୧୬ କିଲୋମିଟର ଗଭୀରତାରେ ଥିଲା। ଏହା ପୂର୍ବରୁ ମଙ୍ଗଳବାର ସକାଳେ ବଙ୍ଗୋପସାଗରରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।
ଦେଶରେ କ୍ରମାଗତଭାବେ କିଛି ଦିନ ହେବ ଭୂକମ୍ପ ଝଟକା ଅନୁଭୂତ ହେଉଛି। ଭୂମିକମ୍ପରେ ଥରିଛି ପୂର୍ବ ଭାରତ। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟରେ ଭୂକମ୍ପ ହୋଇଛି। ଭୂକମ୍ପର କେନ୍ଦ୍ର ସ୍ଥଳ ବଙ୍ଗୋପସାଗରରେ ରହିଛି । ଏହା ପୂର୍ବରୁ ଦିଲ୍ଲୀରେ ଗତ କିଛି ଦିନ ହେବ ଭୂମି କମ୍ପ ହେଉଥିବାର ଦେଖାଯାଉଛି।
ଗତ ମଙ୍ଗଳବାର ଦିନ ଓଡ଼ିଶାର ଭୁବନେଶ୍ୱର, ପାରାଦ୍ୱୀପ, ଯାଜପୁର, ବାଲେଶ୍ୱର, ସମ୍ବଲପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ସକାଳ ୬.୧୦ ମିନିଟ ସମୟରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରହିଥିବା ବେଳେ ଭୂମିକମ୍ପର ଉତ୍ପତି ସ୍ଥଳ ବଙ୍ଗୋପସାଗର ରହିଥିଲା। ଉତ୍ପତ୍ତିସ୍ଥଳଟି ପୂର୍ବ ଉପକୂଳ ଠାରୁ ୯୧କିମି ଦୂରରେ ରହିଥିଲା। କେନ୍ଦ୍ରସ୍ଥଳୀ ଭୁବନେଶ୍ୱର ଠାରୁ ୨୯୭ କିମି, ପୁରୀ ଠାରୁ ୨୮୬ କିମି ଓ ବ୍ରମହାପୁର ଠାରୁ ୩୯୪ କିମି ଦୂରରେ ଥିଲା।
ଅଧିକ ପଢ଼ନ୍ତୁ: ହର ହର ମହାଦେବ କମ୍ପିଲା ଏକାମ୍ରକ୍ଷେତ୍ର