ପାଟନା: ବିହାର ସରକାରରେ ପୂର୍ବତନ ମନ୍ତ୍ରୀ ତଥା ଆରଜେଡି ନେତା ଆଲୋକ କୁମାର ମେହେଟ୍ଟାଙ୍କ ପାଇଁ ସମସ୍ୟା ବଢ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଇଡି ତାଙ୍କ ଘରେ ଚଢ଼ାଉ କରିଛି। ଜାଲ ଋଣ ନେବା ମାମଲାରେ ଇଡି ଏପରି କରିଛି। ୧୭ଟି ସ୍ଥାନରେ ଇଡି ଚଢ଼ାଉ ଜାରି ରଖିଛି।
ଏହି ମାମଲା ବୈଶାଳୀ ସମବାୟ ବ୍ୟାଙ୍କର ଋଣ ସହ ଜଡ଼ିତ। କୋଟି କୋଟି ଟଙ୍କାର କାରବାର ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ହଇଚଇ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଇଡି ଟିମ୍ ବିଭିନ୍ନ ସ୍ଥାନରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛନ୍ତି। ବ୍ୟାଙ୍କ ଋଣ ସହ ଜଡିତ ଏହି ମାମଲାରେ କୋଟି କୋଟି ଟଙ୍କାର କାରବାରକୁ ନେଇ ତଦନ୍ତ ଚାଲିଛି।
ଆଲୋକ ମେହେଟ୍ଟାଙ୍କୁ ତେଜସ୍ୱୀ ଯାଦବଙ୍କ ଅତି ଘନିଷ୍ଠ ବୋଲି ବିବେଚନା କରାଯାଏ। ବିହାରରେ ମହାମେଣ୍ଟ ସରକାର ସମୟରେ ଆଲୋକ ମେହେଟ୍ଟା ରାଜସ୍ୱ ଓ ଭୂମି ସଂସ୍କାର ମନ୍ତ୍ରୀ ଥିଲେ। ଆରଜେଡି ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଆଲୋକ ମେହେଟ୍ଟାଙ୍କର ମଧ୍ୟ ଭୂମିକା ରହିଛି। ଆଲୋକ ମେହେଟ୍ଟା ସମସ୍ତିପୁରର ଉଜିଆରପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି।
ଇଡି ପାଟନା ଓ ହାଜିପୁରର ୯ଟି ସ୍ଥାନ, କୋଲକାତାର ୫ଟି, ବାରଣାସୀର ୪ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ଚଢ଼ଉ ଜାରି ରଖିଛି। ପାଟନାରେ ଥିବା ତାଙ୍କ ସରକାରୀ ଓ ବେସରକାରୀ ବାସଭବନରେ ମଧ୍ୟ ଇଡି ଚଢ଼ାଉ କରିଛି। ବୈଶାଳୀ ନଗର ଉନ୍ନୟନ ସମବାୟ ବ୍ୟାଙ୍କରେ ୮୫ କୋଟି ଟଙ୍କା ଠକେଇ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆରବିଆଇରିପୋର୍ଟ ପରେ ହାଜିପୁରରେ ଏହି ମାମଲାରେ ୩ଟି ଏଫଆଇଆର ରୁଜୁ ହୋଇଥିଲା।
ଅଧିକ ପଢ଼ନ୍ତୁ: ପ୍ୟାରିସ୍ ହିଲ୍ଟନ୍ଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ବଙ୍ଗଳା ଗିଳିଲା ନିଆଁ