ସାରା ରାଜ୍ୟରେ ଆରମ୍ଭ ହେଲା ଡଲଫିନ ଗଣନା
Khabar Odisha:Dolphin-census-begins-in-all-over-odisha
ଭୁବନେଶ୍ୱର, ଜାନୁଆରୀ ୧୯ (ଖବର ଓଡ଼ିଶା):

ସାରା ରାଜ୍ୟରେ ଡଲଫିନ ବାସ କରୁଥିବା ବନଖଣ୍ଡ ଅଞ୍ଚଳ ମାନଙ୍କେ ଏକା ସଙ୍ଗରେ ଆରମ୍ଭ କରାଯାଇଛି ଡଲଫିନ ଗଣନା ପ୍ରକ୍ରିୟା । ରାଜ୍ୟରେ ବର୍ତ୍ତମାନ କେତେ ସଂଖ୍ୟାରେ ଡଲଫିନ ରହିଛନ୍ତି ସେ ନେଇ ଆରମ୍ଭ କରାଯାଇଛି ଡଲଫିନ ଗଣନା ପ୍ରକ୍ରିୟା ।

ରାଜନଗର - ଭିତରକନିକା ବା ରାଜନଗର ବନଖଣ୍ଡ ରେ ସକାଳ ୬ରୁ  ଦିନ ୧୨ଟା ପର୍ଯ୍ୟନ୍ତ ଗଣନା କରାଯିବ ଡଲଫିନ ସଂଖ୍ୟା । ୫ଟି ରେଞ୍ଜ ରେ ୯ଟି ଟିମ୍ ଡଲଫିନ୍ ଗଣନା କାର୍ଯ୍ୟରେ ସାମିଲ୍ ହୋଇଥିବା ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସଙ୍କ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧା : ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମଧ୍ୟ ଆରମ୍ଭ ହୋଇଛି ଚିଲିକାରେ ଡ଼ଲଫିନ ଗଣନା, ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଗଣନା ପ୍ରକ୍ରିୟା ଦିନ ୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । 18ଟି ଟିମରେ 133ଜଣ ସଦସ୍ୟ ଚିଲିକାର ବିଭିନ୍ନ ପ୍ରାନ୍ତରୁ ଗଣନାରେ ନିୟୋଜିତ ହୋଇଥିବା କହିଛନ୍ତି ଚିଲିକା ଡ଼ିଏଫଓ ଆଲୋକ ରଂଜନ ହୋତା ।

କୋଣାର୍କରେ ପ୍ରବଳ କୁହୁଡି ପାଇଁ ବିଳମ୍ବ ହୋଇଛି ଡଲଫିନ ଗଣନା କାର୍ଯ୍ୟ । ଡଲଫିନ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି 3ଟି ଟିମ ଟିମରେ ସାମିଲ ଅଛନ୍ତି 3ଜଣ ଏ.ସି.ଏଫ ଓ ବନ କର୍ମଚାରୀ । ଦେବୀ ମୁହାଣରୁ ଅରଖକୁଦ ଅଞ୍ଚଳ ପର୍ଯ୍ୟନ୍ତ ଗଣନା କରିବେ ଏହି ଟିମ । 

ସେହିଭଳି ପାରାଦ୍ୱୀପ କୁଜଙ୍ଗ ରେଞ୍ଜରେ ମଧ୍ୟ ଆରମ୍ଭ କରାଯାଇଛି ଡଲଫିନ ଗଣନା କାର୍ଯ୍ୟ । କୁଜଙ୍ଗ ରେଞ୍ଜର ଦେବୀ ମୁହାଣରୁ ମହାନଦୀ ମୁହାଣ ପର୍ଯ୍ୟନ୍ତ ଚାଲିବ ଡଲଫିନ ଗଣନା । ପୂର୍ବରୁ ପାରାଦ୍ୱୀପରେ ମେ ମାସରେ କରାଯାଏ ଡଲଫିନ ଗଣନା ହେଲେ ଚଳିତ ଥର ସମଗ୍ର ରାଜ୍ୟରେ ଗୋଟିଏ ସମୟରେ କରାଯାଉଛି ଡଲଫିନ ଗଣନା କାର୍ଯ୍ୟ ।

Subscribe

National International State Sports Entertainment