ପବିତ୍ର ଶାମ୍ବ ଦଶମୀକୁ ନେଇ ଚଳଚଞ୍ଚଳ ଅର୍କକ୍ଷେତ୍ର । ଏହି ଅବସରରେ ଶହ ଶହ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ ପକାଇ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରିଛନ୍ତି । ଭକ୍ତଙ୍କ ସମାଗମକୁ ଆଖିରେ ରଖି ପୁଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୁରାଣ କଥା ଅନୁସାରେ ଶ୍ରୀକୃଷ୍ଣ ପୁତ୍ର ଶାମ୍ବ କୁଷ୍ଠ ରୋଗରେ ପୀଡିତ ହୋଇ ଚନ୍ଦ୍ରଭାଗାରେ ସୂର୍ଯ୍ୟଙ୍କ ଉପାସନା କରି ଆରୋଗ୍ୟ ଲାଭ କରିଥିଲେ । ସେହିଦିନ ଠାରୁ ଶାମ୍ବ ଦଶମୀରେ ହଜାର ହଜାର ଶ୍ରଦ୍ଧାଳୁ ଆସି ଚନ୍ଦ୍ରଭାଗାରେ ବୁଡ ପକାଇ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରିଥାନ୍ତି । ହିନ୍ଦୁ ଧର୍ମରେ ଅନେକ ପୂଜା ପର୍ବ ରହିଛି । ଯାହାର ସ୍ୱତନ୍ତ୍ର ମହତ୍ୱ ଏବଂ ଗୁରୁତ୍ୱ ମଧ୍ୟ ରହିଛି । ଆଜି ଶାମ୍ବ ଦଶମୀ ତିଥି ଅନୁଯାୟୀ, ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟଙ୍କର ପର୍ବ । ଏହି ଦିନ ଭଗବାନ ସୂର୍ଯଙ୍କୁ ପୂଜା କରାଯାଇଥାଏ । ତେବେ ଚଳିତ ବର୍ଷର ପ୍ରଥମ ଦିନରେ ଅର୍ଥାତ୍ ଆଜି ପବିତ୍ର ଶାମ୍ବ ଦଶମୀ ପଡିଛି । ଏହି ଦିନରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯିବା ସହ ବିଭିନ୍ନ ପ୍ରକାର ଫୁଲ, ଫଳ, ପନିପରିବା, ଘାଣ୍ଟ ଆଦି ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ । ଏହାପରେ ଏହାକୁ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଆଯାଇଥାଏ । ତେବେ କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶାପଗ୍ରସ୍ତ ହୋଇ କୁଷ୍ଠ ରୋଗରେ ପିଡିତ ହୋଇଥିଲେ । ଏହାପରେ ସେ ଏହି ରୋଗେରୁ ମୁକ୍ତି ପାଇବା ପାଇଁ ଋଷି ଗର୍ଗଙ୍କ ପରାମର୍ଶ କ୍ରମେ ସୂର୍ଯ୍ୟଙ୍କୁ ପୂଜା କରିଥିଲେ । ଫଳରେ ଶାମ୍ବ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିଲେ । ଫଳରେ ସେବେଠାରୁ ଏହି ଶାମ୍ବଦଶମୀ ବ୍ରତ ପାଳନ କରାଯାଉଛି ।