ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଜ୍ଜନକ ରୂପ ନେଇଛି। ଦୁଇ ଦିନ ଧରି ପ୍ରବଳ ପବନ ବହିବା ସତ୍ତ୍ୱେ ବାୟୁ ଗୁଣବତ୍ତା ସୂଚକାଙ୍କ ୧୨୦୦ ପାଖାପାଖି ପହଞ୍ଚିଛି। ମୁଣ୍ଡକା ଅଞ୍ଚଳରେ ସର୍ବାଧିକ ଏକ୍ୟୁଆଇ ରେକର୍ଡ କରାଯାଇଛି। ସୋମବାର ସକାଳେ ଦିଲ୍ଲୀର ହାରାହାରି ଏକ୍ୟୁଆଇ ୭୪୬ ରେକର୍ଡ କରାଯାଇଛି। ଆବଶ୍ୟକ ସ୍ଥଳେ ହିଁ ଘରୁ ବାହାରକୁ ବାହାରିବାକୁ ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସିଏକ୍ୟୁଏମ୍ର ନିର୍ଦ୍ଦେଶକ୍ରମେ ଜିଆରଏପି-୪ର କଟକଣା ଲାଗୁ କରାଯାଇଛି। ମୋଟାମୋଟି ଭାବେ ଦିଲ୍ଲୀରେ ଏକ୍ୟୁଆଇ ସ୍ତର ମାରାତ୍ମକ ହୋଇଛି। ସବୁ ଚେଷ୍ଟା ସତ୍ତ୍ୱେ ଏଥିରେ କୌଣସି ସୁଧାର ଆସୁନାହିଁ।
ସୋମବାର ସକାଳ ସୁଦ୍ଧା ମୁଣ୍ଡକାରେ ସର୍ବାଧିକ ୧୧୮୫, ଜାହାଙ୍ଗୀରପୁରୀରେ ୧୦୪୦, ଏଲଆଇସି କଲୋନିରେ ୮୯୦, ନ୍ୟୁ ସରୁପ ନଗରରେ ୮୬୧, ଡିଆଇଟିରେ ୮୫୪, ସତ୍ୟବତୀ କଲେଜରେ ୮୨୯, ପଞ୍ଜାବୀ ବାଗ ଓ ଆରକେ ପୁରମରେ ୮୧୧, ଭାଲସ୍ୱା ଡାଏରୀରେ ୭୯୮, ଉତ୍ତର ନଗରରେ ୭୯୩, ହରି ନଗରରେ ୭୮୩, ଜନକପୁରିରେ ୭୭୪, ଅଶୋକ ବିହାରରେ ୭୭୧, ଅଶୋକ ବିହାରରେ ୭୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆନନ୍ଦ ବିହାର ୭୬୩, ଦ୍ୱାରକା ୭୬୧, ମଡେଲ ଟାଉନ ୭୪୯, ୱାଜିରପୁର ୭୪୬, ଅରବିନ୍ଦ ମାର୍ଗ ୭୩୯, ମଦର ଡାଏରୀ ୭୩୬, ବାଲି ନଗର ୭୩୧, ପଶ୍ଚିମ ବିହାର ୭୩୧, ଦୀପଲି ୭୨୯, ଜବାହରଲାଲ ନେହେରୁ ଷ୍ଟାଡିୟମ ୭୨୫, ନାରାୟଣା ଶିଳ୍ପାଞ୍ଚଳ ୭୨୧ ଓ ଆନନ୍ଦ ପରବତ ୭୦୩।
ଭାରତୀୟ ପାଣିପାଗ ବିଭାଗ କହିଛି, ସୋମବାର ସକାଳେ ଦିଲ୍ଲୀ-ଏନସିଆରରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ୨୭ ଓ ୧୪ ଡିଗ୍ରୀ ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଦିଲ୍ଲୀରେ ରବିବାର ତାପମାତ୍ରା ୨୭.୨ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା, ଯାହା କି ଋତୁର ସର୍ବନିମ୍ନ ତାପମାତ୍ରା ଥିଲା। ସର୍ବନିମ୍ନ ତାପମାତ୍ରା ୧୫.୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ଯାହା କି ଋତୁର ହାରାହାରି ତାପମାତ୍ରାଠାରୁ ୩ ଡିଗ୍ରୀ ଅଧିକ। ସକାଳ ସାଢ଼େ ୮ଟାରେ କୁହୁଡ଼ି ଯୋଗୁଁ ସଫଦରଜଙ୍ଗରେ ଦୃଶ୍ୟମାନତା ୩୦୦ ମିଟରକୁ ହ୍ରାସ ପାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଅଧିକ ପଢ଼ନ୍ତୁ: ପ୍ରଦୂଷଣ ବୃଦ୍ଧି ପ୍ରସଙ୍ଗରେ ଶୁଣାଣି କରିବେ ସୁପ୍ରିମକୋର୍ଟ