ବିପଦମୁହାଁ ରାଜ୍ୟ,୨୪ ଘଣ୍ଟାରେ ୧୦ ହଜାର ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା,୪ ଆକ୍ରାନ୍ତଙ୍କ ମୃତ୍ୟୁ ଭୁବନେଶ୍ୱର ,ଜାନୁଆରୀ 14(ଖବର ଓଡ଼ିଶା): Share story: ଗତ ୨୪ ଘଣ୍ଟା ମଧ୍ୟରେ ୧୦୨୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧୧୮୭୯ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୬୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୩୧୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୦୬୫ ଜଣ ରହିଛନ୍ତି । ସେହିପରି ବଡ଼ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟା ମଧ୍ୟ ଆଗକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଭଦ୍ରକ, କଟକ,ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁସଂଖ୍ୟା ୮ ହଜାର ୪୭୬କୁ ବୃଦ୍ଧି ପାଇଛି । Covid-19 Report For 13th Jan New Positive Cases: 10273 Of which 0-18 years: 1065 In quarantine: 5962 Local contacts: 4311 (Details of local contacts will be shared by concerned District) — I & PR Department, Odisha (@IPR_Odisha) January 14, 2022 ଖବର ଓଡ଼ିଶା, Reporter, 14/01/2022