ଦଶହରାକୁ ପାଣିଚିଆ କଲା ବର୍ଷା, ପ୍ରବଳ ବର୍ଷା ଯୋଗୁ ଭାଙ୍ଗିଲା ଡମଣା ପୂଜା ମଣ୍ଡପ ତୋରଣ ଭୁବନେଶ୍ୱର, ଅକ୍ଟୋବର ୪(ଖବର ଓଡିଶା): Share story: ଦଶହରା ମଉଜକୁ ପାଣିଚିଆ କରି ଦେଇଛି ଲଘୁଚାପ ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଯୋଗୁଁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଯାହାକି ପୂଜାର ମାହୋଲକୁ ଫିକା କରିଛି। ପ୍ରବଳ ବର୍ଷା ଯୋଗୁ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ତ ଆଉ କେଉଁଠି ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ପ୍ରବଳ ବର୍ଷାରେ ଭୁବନେଶ୍ୱରର ଡମଣା ପୂଜା ମଣ୍ଡପ ତୋରଣ ଭାଙ୍ଗି ଯାଇଛି। ଆଜି ଟ୍ୱିନ୍ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷାରେ ଡମଣା ପୂଜା ମଣ୍ଡପ ତୋରଣ ଭାଙ୍ଗି ଯିବାରୁ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି। ରାସ୍ତା ଉପରେ ଗେଟ୍ ପଡ଼ିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ତେବେ ପ୍ରଶାସନ ପକ୍ଷରୁ ଚାଲିଛି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଖବର ଓଡ଼ିଶା, Reporter, 04/10/2022