ନକଲି ଔଷଧ କାରବାର ଘଟଣାରେ ରିମାଣ୍ଡରେ ୨ ଅଭିଯୁକ୍ତ ଆଣିଲା କଟକ ପୋଲିସ
Khabar Odisha:Cuttack-Police-has-remanded-2-accused-in-the-case-of-fake-drugs
କଟକ, ସେପ୍ଟେମ୍ୱର ୨୫(ଖବର ଓଡ଼ିଶା)

କଟକ ନକଲି ଔଷଧ ଵ୍ୟଵସାୟ କାରବାର ଘଟଣା ରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି କଟକ ପୋଲିସ । ଗତକାଲି ଵିହାରର ଗୟାରୁ ଦୁଇ ଅଭିଯୁକ୍ତଙ୍କୁ ବିହାର ପୋଲିସ ସହାୟତାରେ ଗିରଫ କରିଥିଲା ପୋଲିସ ।

ଖବର ଅନୁଯାୟୀ, ନକଲି ମେଡିସିନ୍‌ କାରବାରର ଲିଙ୍କ ରାଜ୍ୟ ବାହାରେ ଥିବା ଜଣାପଡିଥିଲେ । ଯାହାକୁ ନେଇ କମିଶନରେଟ୍‌ ପୋଲିସର ଏକ ଟିମ୍‌ ବିହାରର ଗୟା ଅଞ୍ଚଳକୁ ଗସ୍ତ କରିଥିଲା ।ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲେ ।

 ତେବେ ଏହି ଚଢାଉରେ କଟକର କିଛି ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ତେବେ ବର୍ତମାନ ନକଲି ଔଷଧ ଵ୍ୟଵସାୟ କାରବାର ଘଟଣା ରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି କଟକ ପୋଲିସ ।

ରିମାଣ୍ଡରେ ଅନେକ ଦିଗ ଆଡୁ ଢଦନ୍ତ କରାଯିବ ବୋଲି ସୂଚନା ମିଳିଛି।

  • Tags:

Subscribe

National International State Sports Entertainment