ଗୁଣୁପୁରର GIET ବିଶ୍ବବିଦ୍ୟାଳୟରେ କରୋନା ସଂକ୍ରମିତ ଚିହ୍ନଟ, କଲେଜ ବନ୍ଦ କଲେ କର୍ତ୍ତୃପକ୍ଷ
Khabar Odisha:Corona-infected-at-GIET-University-in-Gunupur-authorities-close-college
ରାୟଗଡା, ଏପ୍ରିଲ ୦୮ (ଖବର ଓଡ଼ିଶା):

ରାୟଗଡାର ଗୁଣୁପୁରସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ୟୁନିଭର୍ସିଟି କ୍ୟାମ୍ପସରେ କରୋନା ମାମଲା ଚିହ୍ନଟ ହେବା ପରେ କଲେଜ କର୍ତ୍ତୃପକ୍ଷ ୩ ଦିନ ପାଇଁ ବନ୍ଦ ରଖିଛନ୍ତି ।

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏପ୍ରିଲ୍ ୮ ରୁ ଏପ୍ରିଲ୍ ୧୦ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ବନ୍ଦ ରହିବ ବୋଲି ରେଜିଷ୍ଟ୍ରାର କହିଛନ୍ତି।

କ୍ୟାମ୍ପସ ବାହାରେ ରହୁଥିବା ବିଶ୍ୱବିଦ୍ୟାଳୟର ଛାତ୍ର ଓ କର୍ମଚାରୀମାନଙ୍କୁ ଏହି ଅବଧି ମଧ୍ୟରେ ପରିସର ଭିତରକୁ ଯିବାକୁ ଅନୁମତି ଦିଆଯିବନାହିଁ ।

ସୂଚନାଯୋଗ୍ୟ, ପୂର୍ବରୁ ଭୁବନେଶ୍ୱରର ଅକ୍ସଫୋର୍ଡ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ ଏବଂ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କରୋନା ନିର୍ଦ୍ଦେଶାବଳୀ ଉଲ୍ଲଂଘନ ପାଇଁ ସିଲ୍ କରାଯାଇଛି ।

  • Tags:

Subscribe

National International State Sports Entertainment