କମିସନରେଟ ପୁଲିସ ହାତରେ ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ୍‌: ୨ ଅଭିଯୁକ୍ତ ଗିରଫ, ୮ଟି‌ ଚୋରା ବାଇକ୍‌ ଜବତ
Khabar Odisha:Commissionerate-police-caught-robbery-gang-2-accused-arrested-8-stolen-bikes-seized
ଭୁବନେଶ୍ବର, ଅଗଷ୍ଟ 10(ଖବର ଓଡ଼ିଶା):

ଧରାପଡ଼ିଲେ ବାଇକ ଲୁଟେରା ଗ୍ୟାଙ୍ଗ । କେବଳ ଏତିକି ନୁହେଁ ପୁଲିସ ୮ଟି ଚୋରା ବାଇକ୍ ଓ ୮ଟି ମୋବାଇଲ ମଧ୍ୟ ଜବତ କରିଥିବା ଜଣାପଡ଼ିଛି । ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରୁ ଲୁଟେରା ଗ୍ୟାଙ୍ଗର ୨ ଜଣ ସଦସ୍ୟ ଗିରଫ ହୋଇଛନ୍ତି ।

୨ ଜଣ ବାଇକ ଲୁଟେରା ହେଲେ ରାଜା ଓରଫ ନିରଞ୍ଜନ ନାୟକ ଓ ରବି ଓରଫ ରବୀନ୍ଦ୍ର ବେହରୋ । ବିଭିନ୍ନ ସ୍ଥାନରେ ଏମାନଙ୍କ ପତିଆରା ଚାଲିଥିଲା ଯାହାଫଳରେ ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।

ରାସ୍ତା ଯିବା ସମୟରେ ମୋବାଇଲରେ କଥା ହେଉଥିବା ଲୋକଙ୍କୁ ଲୁଟେରାମାନେ ଟାର୍ଗେଟ କରୁଥିଲେ ଏବଂ ଚୋରି ବାଇକ୍ ଓ ମୋବାଇଲକୁ ଲୁଟେରାମାନେ କମ୍ ଦରରେ ବିକ୍ରି କରୁଥିଲେ । ତେବେ ଏମାନଙ୍କୁ ବର୍ତ୍ତମାନ ଧରିବାରେ ସଫଳ ହୋଇଛି । 

  • Tags:

Subscribe

National International State Sports Entertainment