ଲଗାଣ ବର୍ଷା ଯୋଗୁଁ ପୁଣି ବ୍ୟାପିପାରେ ହଇଜା, ସତର୍କ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଭୁବନେଶ୍ୱର, ଅଗଷ୍ଟ ୧୦(ଖବର ଓଡିଶା): Share story: ଲଗାଣ ବର୍ଷା ଯୋଗୁଁ ପୁଣି ହଇଜା, ଝାଡାବାନ୍ତି ବ୍ୟାପିବାର ସମ୍ଭାବନା ରହିଛି । ଏନେଇ ସତର୍କ କରାଇଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏହାସହିତ ସତର୍କ ରହିବାକୁ ସବୁ ଜିଲ୍ଲା ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ପୂର୍ବରୁ ଝାଡାବାନ୍ତି ବ୍ୟାପିଥିବା ୭ ଜିଲ୍ଲା ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯାଇଛି । ସେହି ସବୁ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବା ସହିତ ଡାକ୍ତର ଟିମ୍ ମଧ୍ୟ ବୁଲୁଛନ୍ତି । ସେହିପରି ସ୍ଥିତି ଉପରେ ନଜର ରଖାଯାଇଛି । ଲଗାତର ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ କଥା ହେଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ତେବେ ଗତ କିଛି ଦିନ ହେଲା ରାଜ୍ୟରେ ଲଗାଣ ବର୍ଷା ଲାଗିରହିଥିବାରୁ ପୁଣି ଥରେ ହଇଜା ବ୍ୟାପିବାର ଆଶଙ୍କା କରାଯାଉଛି । ଖବର ଓଡ଼ିଶା, Reporter, 10/08/2022