କଟକ ତଥା ରାଜ୍ୟରେ ଜବତ ହେଉଥିବା ନକଲି କରୋନା ଔଷଧ ଜବତ ଘଟଣାର ଯାଞ୍ଚ କ୍ରାଇମ ବ୍ରାଞ୍ଚକୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ
Khabar Odisha:Chief-Minister-gives-probe-order-to-crime-branch-on-fake-corona-drugs-seized-in-Cuttack-and-state

ଭୁବନେଶ୍ୱର , ଜୁନ୍ 14(ଖବର ଓଡ଼ିଶା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶା ପୋଲିସର କ୍ରାଇମ ବ୍ରାଞ୍ଚକୁ ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଡ୍ରଗ୍ସ ଜବତ ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ କିଛି ଦିନ ହେବ ବିଭିନ୍ନ ଜିଲ୍ଲାର ଡ୍ରଗ୍ ଇନ୍ସପେକ୍ଟରମାନେ ଜୁନ୍ 11 ରେ ବାଲାଙ୍ଗୀର, ଝାରସୁଗୁଡା, ସମ୍ବଲପୁର, ରାଉରକେଲା ଏବଂ ଭୁବନେଶ୍ୱରରେ ନକଲୀ ଔସଧ ଜବତ କରିଥିଲେ। କଟକରୁ ଏକ ସ୍ୱତନ୍ତ୍ର ଡ୍ରଗ୍ କଣ୍ଟ୍ରୋଲ୍ ସ୍କ୍ବାଡ୍ ଏକ ଔସଧ ଦୋକାନରେ ଚଢାଉ କରି କୋଭିଡ୍ ଚିକିତ୍ସା ପାଇଁ ନିର୍ଦ୍ଧାରିତ ପ୍ରାୟ 17,000 ନକଲି ଆଣ୍ଟି-ଭାଇରାଲ୍ ଔଷଧ ଫାଭିପିରାଭିର ଜବତ କରିଥିଲେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଡ୍ରଗ୍ କଣ୍ଟ୍ରୋଲର ଆନନ୍ଦ ଶଙ୍କର ଦାସ।

ସୂଚନା ଅନୁଯାୟୀ କନିକା ଛକୁର ଏକ ମେଡିସିନ୍ ଦୋକାନରୁ 170 ବାକ୍ସରେ ପ୍ୟାକ୍ ହୋଇଥିବା ଡ୍ରଗ୍ସ ସାମଗ୍ରୀ ଜବତ କରାଯାଇଥିଲା।

ଏପରି ନକଲି ଔଷଧ ବିକ୍ରୟ ସଂପର୍କରେ ପୁର୍ବରୁ ପାଇଥିବା ସୂଚନା ମୁତାବକ ଏହି ଚଢାଉ କରାଯାଇଥିଲା। ଓଡ଼ିଶାର ଖୋଲା ବଜାରରେ ଷ୍ଟକ୍ ରିଲିଜ୍ ହେବା ପୂର୍ବରୁ ଏହି ନକଲୀ ଔଷଧ ଜବତ କରାଯାଇଛି।

ପ୍ରାଥମିକ ଅନୁସନ୍ଧାନ ଜଣା ପଡିଛି ଯେ ଔଷଧ ଦୋକାନର ମାଲିକ ଗ୍ୱାଲିଅରକୁ ଷ୍ଟକ୍ ର କିଛି ଅଂଶ ପଠାଇଛନ୍ତି। ଏ ନେଇ ମଧ୍ଯପ୍ରଦେଶ ପ୍ରତିପକ୍ଷଙ୍କୁ ସୂଚନା ପ୍ରଦାନ କରାଯାଇଛି। ସମ୍ପୃକ୍ତ ଔଷଧ ଦୋକାନ ଦ୍ୱାରା ଉତ୍ତରପ୍ରଦେଶରୁ ନକଲୀ ଫାଭିପିରାଭିର ଔଷଧ କିଣାଯାଇଛି।

  • Tags:

Subscribe

National International State Sports Entertainment