ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଚାନକ ଦିଲ୍ଲୀ ଗସ୍ତ,ଆଜି ଶାହା ଓ କାଲି ମୋଦୀଙ୍କ ସହ ହେବ ଆଲୋଚନା
Khabar Odisha:Chief-Minister-Yogi-Adityanaths-surprise-visit-to-Delhi-talks-with-Amit-Shah-and-Modi-tomorrow
ନୂଆଦିଲ୍ଲୀ,ଜୁନ ୧୦ (ଖବର ଓଡ଼ିଶା):

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଦିନ ୧ଟାରେ ସେ ଆସି ଦିଲ୍ଲୀରେ ପହଂଚିଛନ୍ତି । ସୁଚନାଅନୁସାରେ ଯୋଗୀ ଆଦିତ୍ୟନାଥ ଆଜି ଦିନ ୪ଟା ବେଳେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ କରିବେ ଏବଂ ଏହା ପରେ ଆସନ୍ତାକାଲି ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆହୁରି ମଧ୍ୟ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ସହ ମଧ୍ୟ ସାକ୍ଷାତ କରିବେ ଯୋଗୀ । 

ଏହି ସାକ୍ଷାତକାରରେ ପଞ୍ଚାୟତ ନିର୍ବାଚନର ଫଳାଫଳ,ଆଗାମୀ ବିଧାନସଭା ନିର୍ବାଚନ ଓ କରୋନା ଟିକାକୁ ନେଇ ଅନେକ ଗୁରୁତ୍ୱପୁର୍ଣ୍ଣ ଆଲୋଚନା ହେବ । ଏହା ସହ ଉତ୍ତରପ୍ରଦେଶରେ ବର୍ତ୍ତମାନ ହେଉଥିବା ରାଜନୈତିକ ଘଟଣାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ । 

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ୟୁପି ସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଛି । ଦଳର କେନ୍ଦ୍ରୀୟ ଟିମ ୟୁପି ଯିବା ଏବଂ ବିଜେପି ଉତ୍ତରପ୍ରଦେଶର ପ୍ରଭାରୀ ରାଧା ମୋହନ ସିଂଙ୍କ ରାଜ୍ୟପାଳ ଓ ବିଧାନସଭା ଅଧକ୍ଷଙ୍କ ସହ ଭେଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

  • Tags:

Subscribe

National International State Sports Entertainment