ହୀରାକୁଦ ତଳ ଅଚଂଳ ଲୋକଙ୍କୁ ସତର୍କ ସୁଚନା,ପରିସ୍ଥିତି ଉପରେ ରଖାଯାଇଛି ନଜର ସମ୍ବଲପୁର , ଅଗଷ୍ଟ 12(ଖବର ଓଡ଼ିଶା): Share story: ପ୍ରବଳ ବର୍ଷା ଜନିତ ବନ୍ୟା ସ୍ଥିତିକୁ ନେଇ ଇଆଇସି ସୁଚନା ଦେଇଛନ୍ତି । ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୂମାର ସୁଚନା ଦେଇଛନ୍ତି ଯେ “ବର୍ଷା ହେବ ତେଣୁ ପରିସ୍ଥିତି ଉପରେ ନଜର ରଖାଯାଇଛି । ସବୁ ନଦୀର ଜଳ ସ୍ତର ବଢିଛି କିନ୍ତୁ ବିପଦ ସଙ୍କେତ ତଳେ ରହିଛି । କେବଳ ଜଳକା ନଦୀ ବିପଦ ସଙ୍କେତ ଉପରେ ରହିଛି । ଅନ୍ୟପଟେ ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ ଖୋଲିଲା । ଏବେ ମୋଟ ୨୦ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି । ଡ୍ୟାମକୁ ୩,୭୭,୩୧୭ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି ଡ୍ୟାମରୁ ୩,୩୦,୮୯୯ କ୍ୟୁସେକ ଜଳ ନିଷ୍କାସନ ହେଉଛି । ଆସନ୍ତାକାଲି ମୁଣ୍ଡଳୀ ଠାରେ ଅଧିକ ଜଳ ପ୍ରବାହିତ ହେବ । ବୈତରଣୀ ନଦୀର ଜଳସ୍ତର ଆଖୁଆପଦା ନିକଟରେ ବଢୁଛି । ସେହିପରି ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳସ୍ତର । ରାଜ୍ୟରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଉଛି । ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ତିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା କାରଣରୁ ଜଳସ୍ତର ବଢିବାରେ ଲାଗିଛି । ଖବର ଓଡ଼ିଶା, Reporter, 12/08/2022