ମାରୁତି କାର: ୫୦ ହଜାର ଯାଏଁ ରିହାତି, ଶସ୍ତାରେ ମିଳୁଛି ଏହି ମଡେଲ
Khabar Odisha:Business-Automobile-Upto-Rs-50000-discount-on-Maruti-cars-in-August-2020

ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା): ମହାମାରୀ କରୋନା ଭାଇରସ ଯୋଗୁଁ ଲକଡାଉନ ସମୟରେ କାର କଂପାନୀର ବିକ୍ରି ଏଯାଏଁ ସବୁଠାରୁ ନିମ୍ନ ସ୍ତରକୁ ଚାଲିଯାଇଥିଲା । ଦେଶରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବା ପରେ କଂପାନୀମାନେ କ୍ଷତିଭରପୂରଣ କରିବାରେ ଲାଗିପଡିଛନ୍ତି । ଏଥିପାଇଁ କଂପାନ ନିଜର ମଡେଲ ଉପରେ ରିହାରତି ଏବଂ ବେନିଫିଟ୍ସ ଅଫର ଆଣିଛନ୍ତି । ମାରୁତି କାର ଉପରେ ଚଳିତ ମାସ ଭଲ ରିହାତି ଆଣିଛି । ଅଗଷ୍ଟ ମାସରେ ଅଲଟୋ ୮୦୦ ଠାରୁ ଆରମ୍ଭ କରି ଏସ-ପ୍ରେସୋ ଭଳି କାର ରିହାତି ଜରିଆରେ କିଣିପାରିବେ । 

କଂପାନୀ ଏହି ଛୋଟ ଏସୟୁଭି କାରକୁ ଚଳିତ ମାସ ୫୦ ହଜାର ଟଙ୍କା ରିହାତିରେ ଦେଉଛି । ଏଥିରେ ୨୫ ହଜାର ଟଙ୍କା ରିହାତି, ୨୦ ହଜାର ଯାଏଁ ଏକ୍ସଚେଞ୍ଜ ରିହାତି ଏବଂ ୫୦୦୦ ଯାଏଁ କର୍ପୋରେଟ ରିହାତି ସାମିଲ ଅଛି । ଏହି ଲୋକପ୍ରିୟ କାର ଉପରେ କଂପାନୀ ୧୮ ହଜାର ଟଙ୍କା କ୍ୟାଶ ରିହାତି, ୧୫ ହଜାର ଟଙ୍କା ଯାଏଁ ଏକ୍ସଚେଞ୍ଜ ବୋନସ ଏବଂ ୩୦୦୦ ଟଙ୍କା ଯାଏଁ ଏକ୍ସଚେଞ୍ଜ ବୋନସ ମିଳିବ । ଚଳିତ ମାସରେ ଏହି କାର କିଣିଲେ ୩୬ ହଜାର ଟଙ୍କା ଯାଏଁ ରିହାତି ମିଳିପାରିବ । 

ମାରୁତିର ୱାଗନ ଆର ଚଳିତ ମାସରେ ୩୩ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିିଳବ । ଏଥିରେ କ୍ୟାଶ ଡିସକାଉଣ୍ଟ, ଏକ୍ସଚେଞ୍ଜ ବୋନଓ ଏବଂ କର୍ପୋରେଟ ରିହାତି ସାମିଲ ଅଛି । ଅଗଷ୍ଟ ମାସରେ ସୁଇଫ୍ଟ ଏବଂ ଡିଜାୟର ମଧ୍ୟ କ୍ରମଶଃ ୩୫ ହଜାର ଏବଂ ୪୦ ହଜାର ରିହାତି ମିଳିପାରିବ । ଏହା ବ୍ୟତୀତ ବ୍ରେଜା ଓ ଆର୍ଟିଗାରେ ମଧ୍ୟ ରିହାତି ସୁବିଧା ଦିଆଯାଉଛି । 

 

  • Tags:

Subscribe

National International State Sports Entertainment