ସୀମା ଟପୁଛି ଧଳା ଜହର କାରବାର, ରାଜଧାନୀ ନିକଟରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ୍‌
Khabar Odisha:Billion-rupees-worth-of-brown-sugar-seized-from-BBSR

ଭୁବନେଶ୍ୱର, ଜୁଲାଇ ୩୦ (ଖବର ଓଡ଼ିଶା): ରାଜ୍ୟରେ ଏବେ ସୀମା ଟପୁଛି ଧଳା ଜହର କାରବାର । ଆଜି ରାଜଧାନୀ ନିକଟରୁ ଜବତ୍ ହୋଇଛି କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ।

ସୂଚନା ଅନୂସାରେ ନିମାପଡା-ପିପିଲି ଓଭରବ୍ରିଜ୍ ଉପରୁ ୪୮ ଗ୍ରାମର ବ୍ରାଉନସୁଗାର ଜବତ୍ କରାଯାଇଛି । ଏହି ମାମଲାରେ ଜଣଙ୍କୁୁ ଗିରଫ କରାଯାଇଥିବା ବେଳେ ଜବତ୍ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।

ରାଜଧାନୀରେ ବେଧଡକ୍ ଭାବରେ ବ୍ରାଉନସୁଗାର ବେପାର ଚାଲିଥିବା ବେଳେ ଏପର୍ଯ୍ୟନ୍ତ ଏମାନଙ୍କ ମୂଳ ଖୋଜି ପାଉନି ରାଜ୍ୟ ଏସଟିଏଫ୍ । ପ୍ରତିଦିନ ରାଜ୍ୟ ବାହାରୁ ରାଜ୍ୟ ଭିତରକୁ ଧଳାଜହର ଚାଲାଣ କରାଯାଉଛି । ତାହା ପୁଣି ପ୍ରମୁଖ ସହର ଦେଇ ମାତ୍ର ରାଜ୍ୟରେ ଧଳାଜହର ସାମ୍ରାଜ୍ୟର ପତ୍ତା ପାଇପାରୁନି ରାଜ୍ୟ ପୋଲିସ୍ । ଯାହା ଫଳରେ ରାଜ୍ୟରେ ଧଳା ଜହର ସାମ୍ରାଜ୍ୟ ଏବେ ମାଡି ମାଡି ଚାଲିଛି ।

  • Tags:

Subscribe

National International State Sports Entertainment