ଭୁବନେଶ୍ୱର , ଜାନୁଆରୀ ୧୮ (ଖବର ଓଡ଼ିଶା):
ଏକାଧୀକ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଖୋର୍ଦ୍ଧା ଜିଲ୍ଲା ସିଭିଲ କୋର୍ଟକୁ ଦୁଇ ଦିନ ୧୮ ଏବଂ ୧୯ ପାଇଁ ସିଲ୍ କରିଛି ଭୁବନେଶ୍ୱର ମୁନିସପାଲ କମିଶନ(ବିଏମ୍ସି) । ବିଏମସି ଏକ ବିବୃତ୍ତିରେ କହିଛି ଯେ କୋର୍ଟଙ୍କ ପରିସରକୁ ସିଲ୍ କରିବା ଏବଂ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କରୋନା ବିସ୍ତାରକୁ ରୋକିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ବିଏମସି କହିଛି ଯେ କେନ୍ଦ୍ର ତଥା ଓଡିଶା ସରକାର ଦେଇଥିବା ନିର୍ଦ୍ଦେଶନାମାକୁ କଡାକଡି ପାଳନ କରି କର୍ତ୍ତୃପକ୍ଷ ତୁରନ୍ତ କୋର୍ଟଙ୍କ ପରିସରକୁ ସାନିଟାଇଜ କରାଯିବ।
ଏହି ସିଲ୍ ସମୟ ମଧ୍ୟରେ ବିଏମ୍ସି ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ୍ ମୁତାବକ କୋର୍ଟ ପରିସର ମଧ୍ୟକୁ ବାହାରୁ କୌଣସି ବ୍ୟକ୍ତି ଭିତରକୁ ଯାଇପାରିବେ ନାହିଁ, କେବଳ ଅନୁମତି ପ୍ରାପ୍ତ ବିଏମ୍ସି ଅଧିକାରୀଙ୍କ ବ୍ୟତିତ ।
ସଂକ୍ରମିତ ହୋଇଥିବା କର୍ମଚାରୀ ନିଜ ନିଜ ବାସସ୍ଥାନରେ ଅଇସୋଲେଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟେର ଯଦି କୌଣସି କର୍ମଚାରୀ ମେଡିକାଲ ଯିବା ଆବଶ୍ୟକ କରନ୍ତି ସେମାନେ ତୁରନ୍ତ ବିଏମ୍ସିଙ୍କୁ ଜଣାଇବେ ବୋଲି କୁହାଯାଇଛି ।
ସେହିପରି ସଂକ୍ରମିତଙ୍କ ବ୍ୟତିତ ଅନ୍ୟ କେହି କରୋନାର ଲକ୍ଷଣ ଅନୁଭବ କଲେ ସେମାନେ ବିଏମ୍ସି ଅଧିକାରୀଙ୍କୁ ସୂଚନା ଦେବେ ।
ଏହା ସହିତ କୋର୍ଟ ପରିସରରେ ଏକ ଟେଷ୍ଟିଂ କ୍ୟାମ୍ପ୍ ମଧ୍ୟ କରାଯିବ ବୋଲି ବିଏମ୍ସି ସୂଚନା ଦେଇଛି । ତେବେ ଏହା ବାଦ୍ ଯଦି ଆବଶ୍ୟକ ହୁଏ ତେବେ ଏହା ଅଧିକ ନିର୍ଦ୍ଦେଶାବଳି ଜାରି କରିବ ବୋଲି ବିଏମସି କହିଛି।