ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବିହାର ଓ ରାଜସ୍ଥାନ ପାଇଁ ନୂଆ ସଭାପତି ଘୋଷଣା କରିଛି। ଦିଲୀପ ଜୟସ୍ବାଲଙ୍କୁ ବିହାର ଶାଖାର ରାଜ୍ୟ ଉପସଭାପତି ଓ ମଦନ ରାଠୋରଙ୍କୁ ସଭାପତି ଭାବେ ନିଯୁକ୍ତି ମିଳିଛି। ବିହାରରେ ସମ୍ରାଟ ଚୌଧରୀଙ୍କ ସ୍ଥାନରେ ଦିଲୀପଙ୍କୁ ରାଜ୍ୟ ଉପସଭାପତି କରାଯାଇଛି। ସେହିପରି ୬ ରାଜ୍ୟରେ ବିଜେପି ନୂଆ ପ୍ରଭାରୀ ନିଯୁକ୍ତ କରିଥିବା ନେଇ ରାଷ୍ଟ୍ରୀୟ ସଚିବ ଅରୁଣ ସିଂହ ସୂଚନା ଦେଇଛନ୍ତି।
ଜୟସ୍ବାଲ ଏବେ ବିହାର ସରକାରରେ ରାଜସ୍ବ ମନ୍ତ୍ରୀ ଅଛନ୍ତି। ସେ ୨୦୦୯ରୁ ଲଗାତାର ବିହାର ବିଧାନ ପରିଷଦର ସଦସ୍ୟ ଅଛନ୍ତି ଏବଂ ଏହା ତାଙ୍କର ତୃତୀୟ କାର୍ଯ୍ୟକାଳ। ବୈଶ୍ୟ ସମାଜରୁ ଆସିଥିବା ଦିଲୀପଙ୍କ ସୀମାଞ୍ଚଳ ଅଞ୍ଚଳରେ ଭଲ ନେତୃତ୍ବ ରହିଛି। ସେ ଦୀର୍ଘ ସମୟ ଧରି ବିହାର ବିଜେପିର କୋଷାଧ୍ୟକ୍ଷ ରହିଛନ୍ତି। ରାଜ୍ୟସଭା ସାଂସଦ ମଦନ ରାଠୋରଙ୍କୁ ରାଜସ୍ଥାନର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।
ବିଜେପି ୬ ରାଜ୍ୟରେ ପ୍ରଭାରୀ ନିଯୁକ୍ତ କରିଛି। ହରିଶ ଦ୍ବିବେଦୀଙ୍କୁ ଆସାମ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସାଂସଦ ଅତୁଲ ଗର୍ଗଙ୍କୁ ଚଣ୍ଡୀଗଡ଼, ଅରବିନ୍ଦ ମେନନଙ୍କୁ ଲାକ୍ଷାଦ୍ବୀପ, ରାଧାମୋହନ ଦାସ ଅଗ୍ରୱାଲଙ୍କୁ ରାଜସ୍ଥାନ ଓ ଡ. ରାଜଦୀପ ରାୟଙ୍କୁ ତ୍ରିପୁରାରେ ପ୍ରଭାରୀ ନିଯୁକ୍ତ କରାଯାଇଛି।