ବିଜୁ ଜୟନ୍ତୀକୁ ରାଜ୍ୟବ୍ୟାପି ପାଳନ କରିବ ବିଜେଡି, ଏ ନେଇ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
Khabar Odisha:BJD-Observes-104rd-Birth-Anniversary-Of-Biju-Patnaik
ଭୁବନେଶ୍ୱର, ଫେବୃଆରୀ ୨୭ (ଖବର ଓଡ଼ିଶା):

ବିଜୁ ଜୟନ୍ତୀ କୁ ରାଜ୍ୟବ୍ୟାପି ପାଳନ କରିବ ବିଜେଡି । ବ୍ୟାପକ ହେବ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ । ମାର୍ଚ୍ଚ 5ରେ ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ ଅବସରରେ ୧୫ ଦିନ ଧରି ଅର୍ଥାତ 20 ତାରିଖ ଯାଏ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ ।

ବିଜୁ ଜନତା ଦଳର ସମସ୍ତ ସଂଗଠନ ମହିଳା, ଯୁବ ଓ ଛାତ୍ର, ଶ୍ରମିକ, କୃଷକ ସେଲ୍ ସମୂହ ପକ୍ଷରୁ ପ୍ରତି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ ହେବ ।ମହିଳା ସଭା, ଫଳ ବିତରଣ, ମହାପୁରୁଷଙ୍କୁ ପୂଜ୍ୟପୂଜା ଓ ସେମାନଙ୍କ ଜୀବନି ଉପରେ ଆଲୋଚନା କରାଯିବା ସହ ଓଡିଶା ପ୍ରତି ବିଜୁ ପଟ୍ଟନାୟକଙ୍କ ଅବଦାନ ଉପରେ ଲୋକଙ୍କୁ ଅବଗତ କରାଯିବ । 

8 ତାରିଖ ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ସମ୍ମିଳନୀ କରାଯିବ । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ମହିଳାଙ୍କୁ ସମ୍ମାନିତ କରାଯିବ , ବିଜୁ ଛାତ୍ର ଜନତା ଦଳ ପକ୍ଷରୁ 33 ଟି ସାଙ୍ଗଠନିକ ଜିଲ୍ଲାରେ ରକ୍ତଦାନ ଶିବିର କରାଯିବ, ପ୍ରାୟ 20 ହଜାର ୟୁନିଟ ରକ୍ତସଂଗ୍ରହ ଲକ୍ଷ ରଖାଯାଇଛି ।

5 ତାରିଖ ଦିନ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଦିନ କଟକରେ ଏକ ବିଶାଳ ସମାବେଶ କରାଯିବ । ସରକାରଙ୍କୁ 20 ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ସଫଳତା କୁ ଲୋକଙ୍କ ନିକଟରେ ପହଞ୍ଚାଇବେ କର୍ମୀ । ଏପରି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବିଜୁ ବାବୁଙ୍କୁ ରାଜ୍ୟ ବ୍ୟାପୀ ଶ୍ରଦ୍ଧାଞ୍ଜଳୀ ଜଣାଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଜେଡି ନେତା ନରସିଂହ ମିଶ୍ର, ସଂଜୟ ଦାସ ବର୍ମା, ପ୍ରମିଳା ମଲ୍ଲିକ, ଉଷା ଦେବୀ ।

  • Tags:

Subscribe

National International State Sports Entertainment