ସ୍ୱର୍ଗଦ୍ୱାରରେ ଶେଷ ହେଲା ଶେଷକୃତ୍ୟ; ପଞ୍ଚଭୂତରେ ବିଲୀନ ହେଲା ଜୟନ୍ତୀଙ୍କ ପାର୍ଥିବ ଶରୀର
Khabar Odisha:At-the-gates-of-heaven-the-final-act-was-completed-Jayanthis-earthly-body-was-destroyed-in-Panchabhata
ଭୁବନେଶ୍ୱର,ସେପ୍ଟେମ୍ବର ୨୯(ଖବର ଓଡିଶା):

ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ରାଜ୍ୟର ପ୍ରଥମ ମହିଳା ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ବୁଧବାର ପରଲୋକ ହୋଇଥିଲା। ତେବେ ଆଜି ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ୱର୍ଗଦ୍ୱାରରେ ଜୟନ୍ତୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। 

ତେବେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ବୁଧବାର ରାତିରେ ସେ ଭୁବନେଶ୍ବର ଫରେଷ୍ଟପାର୍କରେ ଥିବା ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ସେହିପରି ଆଜି ତାଙ୍କ ପାର୍ଥିବ ଶରୀର ପୁରୀ ସ୍ଵର୍ଗଦ୍ଵାରରେ ପହଞ୍ଚିବା ପରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି। ‌ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। 

  • Tags:

Subscribe

National International State Sports Entertainment