ଆଦିସ ଅବାବା: ଆଫ୍ରିକୀୟ ଦେଶ ଇଥିଓପିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଯାତ୍ରୀ ଭର୍ତ୍ତି ଏକ ଟ୍ରକ୍ ନଦୀକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୬୦ ଜଣଙ୍କର ମୃତ୍ୟୁ ଘଟିଛି। ଦକ୍ଷିଣ ସିଦାମା ଅଞ୍ଚଳର ଅଧିକାରୀଙ୍କ ସୂଚନା ଅନୁଯାୟୀ ଅନୁଯାୟୀ ବୋନା ଜିଲ୍ଲାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଆହତମାନେ ବୋନା ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଆଞ୍ଚଳିକ ଯୋଗାଯୋଗ ବ୍ୟୁରୋ ରବିବାର ବିଳମ୍ବିତ ରାତିରେ ଏକ ବିବୃତିରେ କହିଛି।
ସରକାରୀ ଇଥିଓପିଆନ୍ ବ୍ରଡକାଷ୍ଟିଂ କର୍ପୋରେସନ୍ (ଇବିସି) ଅନୁଯାୟୀ, ସମସ୍ତେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ଇଥିଓପିଆରେ ଭୟଙ୍କର ସଡ଼କ ଦୁର୍ଘଟଣା ଏକ ସାଧାରଣ ଘଟଣା। ଖରାପ ଡ୍ରାଇଭିଂ ଓ ଅନୁନ୍ନତ ରାସ୍ତା ଯୋଗୁଁ ଯାନବାହନ ଦୁର୍ଘଟଣାର ସାମ୍ନା କରିଥାଏ।
ପ୍ରାୟ ୬ ବର୍ଷ ତଳେ ୨୦୧୮ରେ ଇଥିଓପିଆରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଛାତ୍ରଛାତ୍ରୀଙ୍କ ଭର୍ତ୍ତି ଏକ ବସ୍ ଖାଲକୁ ଖସି ପଡ଼ିଥିଲା, ଯେଉଁଥିରେ ୩୮ ଜଣଙ୍କର ମୃତ୍ୟୁ ଘଟିଥିଲା।
ଅଧିକ ପଢ଼ନ୍ତୁ: ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୭୯କୁ ବୃଦ୍ଧି