କରୋନା ମହାମାରୀ ଯୋଗୁଁ ଘୁଂଚିଲା ଏସିଆ କପ
Khabar Odisha:Asia-cup-postponed-due-to-COVID-19
ନୂଆଦିଲ୍ଲୀ, ଜୁଲାଇ 9 (ଖବର ଓଡ଼ିଶା):



ମହାମାରୀ କରୋନା ଯୋଗୁଁ ଏହି ବର୍ଷ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏସିଆ କପ ଆଗାମୀ ବର୍ଷ ଜୁନ ପର୍ଯ୍ୟନ୍ତ ଘୁଂଚାଇ ଦେଇଛି ଏସିଆନ କ୍ରିକେଟ କାଉନସିଲ । ତେବେ ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ବୋଲି ସ୍ପଟ କରିଛି ଏସିସି ।



୨୦୨୦ ଟୁର୍ନାମେଣ୍ଟ ସଂଯୁକ୍ତ ଆରବ ଏମିରେଟ୍ସରେ ପାକିସ୍ତାନ ସହିତ ଏହି ଟୁର୍ନାମେଣ୍ଟ ଆୟୋଜନ ହେବାର ଥିଲା । ତେବେ ପ୍ରଥମେ ଭାରତୀୟ ଦଳ ପାକିସ୍ତାନ ଯାତ୍ରା କରିବାକୁ ସିଧାସଳଖ ମନାକରିଦେଇଥିଲା ଭାରତୀୟ କ୍ରିକେଟ ବୋର୍ଡ କିନ୍ତୁ ପରେ ପାକିସ୍ତାନ ଏସିଆ କପ୍ ଆୟୋଜନ କଲେ କୌଣସି ଅସୁବିଧା ନାହିଁ ବୋଲି ମତ ଦେଇଥିଲା । ଏହା ସହ ନିରାପଦ ସ୍ଥାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ କହିଥିଲା । 



ଏହି ମହାମାରୀ କରୋନା ସମୟରେ ଏସିଆ କପ ଆୟୋଜନ କରିବା ସମ୍ଭବ ନୁହେଁ । ଏହା ଆୟୋଜିତ ଖେଳାଳିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଅଛି ବୋଲି ଏସିସି ମତ ଦେଇଛନ୍ତି । ତେବେ "ସର୍ବୋପରି, ଅଂଶଗ୍ରହଣକାରୀ ଖେଳାଳି, ସପୋର୍ଟ ଷ୍ଟାଫ୍‌, ପ୍ରଶଂସକ ଏବଂ କ୍ରିକେଟ୍ ସମ୍ପ୍ରଦାୟର ଲୋକ ସମସ୍ତଙ୍କ କଥା ବିଚାର କରି ଏହି ଟୁର୍ଣ୍ଣାମେଣ୍ଟକୁ ଘୁଂଚାଇ ଦେଇଛି ଏସିସି ।



ଏସିଆ କପ୍ ପ୍ରତି ଦୁଇ ବର୍ଷରେ ଥରେ ଖେଳାଯାଏ, ଏବଂ ୨୦୧୬ ପରଠାରୁ ଏହା ଏସିଆର କ୍ରିକେଟ ଖେଳୁଥିବା ରାଷ୍ଟ୍ର ମାନଙ୍କରେ ରୋଟେସନ ପଦ୍ଧତିରେ ଖେଳାଯାଉଛି । ୨୦୦୮ ଠାରୁ ଏହି ଟୁର୍ନାମେଣ୍ଟ ପାକିସ୍ତାନରେ ଆୟୋଜିତ ହୋଇନାହିଁ । ଶ୍ରୀଲଙ୍କା ୨୦୧୦ ସଂସ୍କରଣ ଆୟୋଜନ କରିଥିବାବେଳେ ପରବର୍ତ୍ତୀ ତିନୋଟି ସଂସ୍କରଣ ବାଂଲାଦେଶରେ ଅନୁଷ୍ଠିତ ହୋଇଥିଲା । ୟୁଏଇରେ ଶେଷ ଏସିଆ କପ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା ।


ତେବେ ୨୦୨୧ ରେ ଏସିଆ କପ ଶ୍ରୀଲଙ୍କା ଆୟୋଜନ କରୁଥିବାବେଳେ ୨୦୨୨ ମସିହାରେ ଏହା ପାକିସ୍ତାନରେ ଆୟୋଜିତ ହେବ ବୋଲି ଏସିସି ସୂଚନା ଦେଇଛି ।

  • Tags:

Subscribe

National International State Sports Entertainment