ଏଥର ହେବନାହିଁ ଏସିଆ କପ, ସୂଚନା ଦେଲେ ସୌରଭ ଗାଙ୍ଗୁଲି
Khabar Odisha:Asia-Cup-cancelled-by-ACC
ନୂଆଦିଲ୍ଲୀ, ଜୁଲାଇ ୮ (ଖବର ଓଡ଼ିଶା):

 ମହାମାରୀ କରୋନା ପାଇଁ ଖେଳାଳିଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ଏସିଆ କପ ବାତିଲ କରାଯାଇଛି. ତେବେ ଏହି ଟୁର୍ନାମେଣ୍ଟ ବାତିଲ ହେଲା ବୋଲି ସୂଚନା ଦେଇଛନ୍ତି ବିସି ସିଆଇ ପ୍ରେସିଡେଣ୍ଟ ସୌରଭ ଗାଙ୍ଗୁଲି. ତେବେ ଏସିଆ କପ ବନ୍ଦ ହେବା ନିଷ୍ପତ୍ତି ଏସିଆନ କ୍ରିକେଟ କାଉନସିଲ କରିଛି ବୋଲି ଗାଙ୍ଗୁଲି ସୂଚନା ଦେଇଛନ୍ତି. 

ଏହି ଟୁର୍ନାମେଣ୍ଟ ଆଗାମୀ ସେପ୍ଟେମ୍ବର ମାସରେ ୟୁଏଇରେ ଆୟୋଜିତ ହେବାର ଥିଲା. ଏହା ସହ ପାକିସ୍ତାନ ମଧ୍ୟ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଇଛୁକ ଥିବାବେଳେ ଭାରତ ପାକିସ୍ତାନ ଗସ୍ତ କରିବାକୁ ସିଧାସଳଖ ମନାକରିଦେଇଥିଲା.  

ଏହା ସହ ଟି - ଟ୍ୱେଣ୍ଟି ବିଶ୍ୱକପ ମଧ୍ୟ ଆଶା ଆଶଙ୍କାରେ. ଯଦି ଟି -ଟ୍ୱେଣ୍ଟି ବିଶ୍ୱକପକୁ ଆଇସିସି ବାତିଲ କରେ ତେବେ ଭାରତୀୟ କ୍ରିକେଟ ବୋର୍ଡ଼ ଆଇପିଏଲକୁ ଭାରତରେ ଆୟୋଜନ କରିବାକୁ ଯୋଜନା କରିବ ବୋଲି ଗାଙ୍ଗୁଲି ମତ ଦେଇଛନ୍ତି. ଜୁଲାଇ 17 ରେ ଆଇସିସିର ଏକ ବୈଠକରେ ଟି- ଟ୍ୱେଣ୍ଟି ବିଶ୍ୱକପ ହେବ କି ନାହିଁ ସେ ନିଷ୍ପତ୍ତି ନିଆଯିବ.

  • Tags:

Subscribe

National International State Sports Entertainment