ବାଲେଶ୍ୱର, ଜୁନ୍ 24 (ଖବର ଓଡ଼ିଶା):
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗାର୍ଡ଼ଙ୍କ ଘରେ ଚଢାଉ । ବାଲେଶ୍ୱର ସିଭିଲ ସପ୍ଲାଏ ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି ।
ଏହି ଚଢାଉରେ ୪ ଜଣ ଡିଏସପି ଓ ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଫିସର ସାମିଲ ହୋଇଥିବା ବେଳେ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।
ଜଳେଶ୍ବର ନୂଆବଜାରଠାରେ ଥିବା ଜନାର୍ଦ୍ଦନଙ୍କ ବାସଭବନ, ଗୋଦାମ ଘର, ନୂଆବଜାର ସ୍ଥିତ ଶ୍ବଶୁର ଘର, ଅଫିସ୍, ୬୦ନଂ ଜାତୀୟ ରାଜପଥରେ ଥିବା ଚନ୍ଦନ ହୋଟେଲ ଏବଂ ତାଙ୍କ ପୈତୃକ ଘର ବ୍ରହ୍ମପୁର, ଛତ୍ରପୁର ଠାରେ ଚଢାଉ ଜାରି ରହିଛି ।
ଜନାର୍ଦ୍ଦନଙ୍କ ସମ୍ପର୍କୀୟଙ୍କ ଘର ଓ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଥିବା ପୈତୃକ ଘରେ ମଧ୍ୟ ଚାଲିଛି ରେଡ୍ । ବାଲେଶ୍ୱର ଚାଉଳ ସଂଗ୍ରହ କେନ୍ଦ୍ର ଓ ଜଳେଶ୍ୱର ଜିଲ୍ଲା ଗୋଦାମ ଗୃହରେ କାର୍ୟ୍ୟରତ ଅଛନ୍ତି ଜନାର୍ଦ୍ଦନ ।