ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା, ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ଭୁବନେଶ୍ୱର, ସେପ୍ଟେମ୍ବର ୨୨(ଖବର ଓଡିଶା): Share story: ରାଜଧାନୀରେ ପୁଣି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଭଡା ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ପାହାଳ ଥାନା ଅନ୍ତର୍ଗତ ଅଟଳାଠାରେ ଜଣେ ଯୁବତୀ ଭଡାରେ ରହୁଥିବା ବେଳେ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଉଛନ୍ତି ସୁଜାତା ରଥ। ସୁଜାତାଙ୍କ ପରିବାର ମଧ୍ୟ ଅଟଳାର ବାସିନ୍ଦା ବୋଲି ଜଣାପଡିଛି। ହେଲେ ଆତ୍ମହତ୍ୟାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ସେପଟେ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ପାହାଳ ପୋଲିସ । ଖବର ଓଡ଼ିଶା, Reporter, 22/09/2022