ପୁଣି ବ୍ୟାପିଲାଣି ଅଜଣା ରୋଗ, ମାସକ ମଧ୍ୟରେ ଗଲାଣି ୯ ଜଣକ ଜୀବନ
Khabar Odisha:Another-unknown-disease-has-spread-9-people-have-lost-their-lives-within-a-month
ମାଲକାନଗିରି, ସେପ୍ଟେମ୍ବର ୨୨(ଖବର ଓଡିଶା):

ମାଲକାନଗିରି ଜିଲ୍ଲା ହଲଦୀକୁଣ୍ଡ ଗାଁରେ ବ୍ୟାପିବାରେ ଲାଗିଛି ଅଜଣା ରୋଗ। ମାସକ ମଧ୍ୟରେ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ଏହି କ୍ରମରେ ଅଜଣା ରୋଗରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି। 

ତେବେ ମାଲକାନଗିରି ଜିଲ୍ଲା ହସ୍ପିଟାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଲକ୍ଷ୍ମା ମାଡକାମୀଙ୍କର ଅଜଣା ରୋଗରେ ମୃତ୍ୟୁ ଘଟିଛି। ଲକ୍ଷ୍ମା ଗତ ୧୩ ତାରିଖରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ। ୪ଦିନ ଚିକିତ୍ସା ପରେ ତାଙ୍କୁ ୧୭ ତାରିଖରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। 

ଲକ୍ଷ୍ମା ମାଡ଼କମିଙ୍କର ବୁଧବାର ରାତିରେ ପୁନର୍ବାର ଭୀଷଣ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲକୁ ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

  • Tags:

Subscribe

National International State Sports Entertainment