ଭୁବନେଶ୍ୱର, ମେ ୨୩ (ଖବର ଓଡ଼ିଶା):
ରାଜ୍ୟରେ ଆଉ 80 ନୂଆ କରୋନା ସଂକ୍ରମିତ ରୋଗୀ ଚିହ୍ନଟ । ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଆଜି ଚିହ୍ନଟ ହୋଇଥିବା 80 କରୋନା ଆକ୍ରାନ୍ତ ରୋଗୀଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 1269ରେ ପହଁଞ୍ଚିଛି ।
ଆଜି ଚିହ୍ନଟ ହୋଇଥିବା 80 କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 71 ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ 2 ଜଣ ହୋମ କ୍ୱାରେଣ୍ଟାଇନରେ ରହିଥିଲେ ବାକି 7 ଜଣ ଲୋକାଲ କେସ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।