ମକର ସଂକ୍ରାନ୍ତିରେ ଜ୍ୱାଇଁ ଙ୍କୁ ପରଶି ଦେଲେ 379 ପ୍ରକାର ବ୍ୟଞ୍ଜନ
Khabar Odisha:Andhra-Pradesh-family-serves-son-in-law-379-food-items
ଖବର ଓଡିଶା : 18/01/2023

 ଆନ୍ଧ୍ରପ୍ରଦେଶର ମିଳିତ ଗୋଦାବରୀ ଜିଲ୍ଲା ସେମାନଙ୍କର ଉର୍ବର ଜମି ଏବଂ ଆତିଥ୍ୟ ପାଇଁ ବେଶ ପ୍ରସିଦ୍ଧ | ତା ଛଡା ଉତ୍ସବ ଋତୁରେ ବିଶେଷକରି ମକର ସଂକ୍ରାନ୍ତି ସମୟରେ ବିଶେଷ ପରିଲକ୍ଷିତ ହୁଏ | ଗୋଦାବରୀୟମାନେ ସାଧାରଣତଃ ତାଙ୍କର ଜ୍ୱାଇଁଙ୍କର ବିଶେଷ ଆତିଥ୍ୟ ସତ୍କାର ପାଇଁ ଏକ ରାଜକୀୟ ଭୋଜିର ଆୟୋଜନ କରିଥାନ୍ତି | କୁହାଯାଏ ଶଶୁର ଘରେ ଜୋଇଁ ହେଉଛନ୍ତି ରାଜା | ଆଉ ଜ୍ୱାଇଁ ସ୍ୱରୂପ ରାଜାଙ୍କ ଆତିଥ୍ୟ ପାଇଁ ଶଶୁର ଘର ତରଫରୁ ପରଶା ଯାଏ ଭଳିକି ଭଳି ଖାଦ୍ୟ | ତେବେ ଏପରି ଘଟଣା ପୂର୍ବରୁ ଅନେକ ଦେଖାଯାଇଛି | କିନ୍ତୁ ଆନ୍ଧ୍ରପ୍ରଦେଶର ଏଲୁରୁ ସହରର ଏକ ପରିବାର ମକର ସଂକ୍ରାନ୍ତି ଉପଲକ୍ଷେ ତାଙ୍କ ଜ୍ୱାଇଁଙ୍କୁ ପରସିଦେଇଛନ୍ତି 379 ପ୍ରକାରର ଖାଦ୍ୟ | ସେମାନଙ୍କୁ ଏହି ଖାଦ୍ୟକୁ ପ୍ରସ୍ତୁତ କରିବାକୁ 10 ଦିନ ସମୟ ଲାଗିଥିଲା | 10 ଦିନ ଭିତରେ ସେ 379 ଟି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିଥିଲେ ଏବଂ ମକର ସଂକ୍ରାନ୍ତି ଅବସରରେ ତାଙ୍କ ଜ୍ୱାଇଁଙ୍କୁ ପରଶି ଦେଇଛନ୍ତି | ସ୍ୱାଭାବିକ ଭାବେ ଜ୍ୱାଇଁ ଏସବୁକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏ ସମସ୍ତ ବ୍ୟଞ୍ଜନ କିପରି ଖାଇବେ ତାହା ଭାବି ମୁଣ୍ଡରେ ହାତ ଦେଇଥିଲେ | ଆଜି ପର୍ଯ୍ୟନ୍ତ ଜ୍ୱାଇଁ ଙ୍କୁ ପରଶା ଯାଇଥିବା ବ୍ୟଞ୍ଜନ ସଂଖ୍ୟା ମଧ୍ୟରୁ ଏହା ସର୍ବାଧିକ ବୋଲି କୁହାଯାଇଛି | ଶଶୁର ଭୀମରାଓ ଓ ଶାଶୁ ଚନ୍ଦ୍ରକଳା ଙ୍କ ମତରେ ଗୋଦାବରୀ ଜିଲ୍ଲାରେ ଅତିଥି ସତ୍କାରର ବିରଳ ସଂସ୍କୃତି ଓ ପରମ୍ପରାକୁ ଉତ୍ଥାପନ କରିବା ଲାଗି ସେମାନେ ଏପରି ଏକ ରାଜକୀୟ ଭୋଜିର ଆୟୋଜନ କରିଥିଲେ | 

Subscribe

National International State Sports Entertainment