ଚଣ୍ଡିଗଡ଼ ୟୁନିଭର୍ସିଟି ଭିଡିଓ ଲିକ୍ ମାମଲାରେ ଗିରଫ ହେଲେ ଜଣେ ସେନା ଯବାନ, ଅଧିକ ତଦନ୍ତ କରୁଛି ପୋଲିସ୍ ଚଣ୍ଡିଗଡ଼, ସେପ୍ଟେମ୍ୱର ୨୫ (ଖବର ଓଡ଼ିଶା) Share story: ଚଣ୍ଡିଗଡ଼ ୟୁନିଭର୍ସିଟି ଭିଡିଓ ଲିକ୍ ମାମଲାରେ ଗିରଫ ହେଲେ ଜଣେ ସେନା ଯବାନ । ଅରୁଣାଚଳ ପ୍ରଦେଶର ସୀଲ ପାସ ଅଞ୍ଚଳ ରୁ ସେନା ଯବାନ ସଞ୍ଜୀବ ସିଂହକୁ ଗିରଫ କରିଛି ପୁଲିସ୍ । ଆଗକୁ ମୋହାଲି କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। ପଞ୍ଜାବ ପୁଲିସ ଏହି ଘଟଣାରେ ତଦନ୍ତ କରୁଥିବା ବେଳେ ସେନା ଯବାନଙ୍କର ସମ୍ପୃକ୍ତି ନେଇ ତଥ୍ୟ ସାମ୍ନା କୁ ଆସିଛି। ତେବେ ଆପତ୍ତିଜନକ ଭିଡିଓ ଲିକ୍ ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ଗତ ସପ୍ତାହରେ ପଞ୍ଜାବ ପୁଲିସ ଚଣ୍ଡିଗଡ଼ର ୟୁନିଭର୍ସିଟିର ଜଣେ ଛାତ୍ରୀକୁ ଗିରଫ କରିବା ସହ ଜଣେ ହିମାଚଳ ପ୍ରଦେଶର ୨୩ ବର୍ଷୀୟ ଯୁବକ ଓ ୩୧ ବର୍ଷୀୟ ବ୍ୟକ୍ତି ଙ୍କୁ ମଧ୍ଯ ଗିରଫ କରିଛି। ଖବର ଓଡ଼ିଶା, Reporter, 24/09/2022