ଛତିଶଗଡ ପରେ ଭୋପାଳ, ବିସର୍ଜନ ବେଳେ ଶିଶୁ ଉପରେ ମାଡିଗଲା କାର୍
Khabar Odisha:After-Chhattisgarh-Bhopal-a-car-crashed-into-a-child-during-the-dumping
ଭୋପାଳ, ଅକ୍ଟୋବର ୧୭(ଖବର ଓଡିଶା):

ଛତିଶଗଜର ଘଟଣା ମନରୁ ନଲିଭୁଣୁ ଏବେ ଭୋପାଳରେ ସେଭଳି ଘଟଣା ଘଟିଛି । ଭୋପାଳରେ ଦୁର୍ଗା ବିସର୍ଜନ ଚାଲିଥିବା ବେଳେ ଲୋକଙ୍କ ଉପରେ କାର ମାଡିଯାଇଛି । ଏହି ଦୁର୍ଘଟଣାରେ ଜଣେ ଶିଶୁ ଆହତ ହୋଇଛି । ତେବେ ଭୋପାଳ ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । 

ସୂଚନା ଅନୁସାରେ, ଭୋପାଳର ରେଳ ଷ୍ଟେସନ ନିକଟ ବାଜରିଆ ତିରାହରେ ଶନିବାର ରାତିରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଅଠଗଣ ଘଟିଛି । ବିସର୍ଜନ କାର୍ଯ୍ୟକ୍ରମରେ ଅନେକ ଲୋକ ଏକତ୍ରିତ ହୋଇଥିଲେ । ମାତ୍ର ଏହି ସମୟରେ ହଠାତ ଏକ କାର ଭିଡ ଭିତରକୁ ପ୍ରବେଶ କରିଥିଲା । ଏହି ସମୟରେ ଦ୍ରୁତଗାମୀ ବେଦରେ ଆସୁଥିବା କାରର ଚକା ତଳେ ଶିଶୁଟି ଆସିଯାଇଥିଲା । 

ଶିଶୁଟିକୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମାତ୍ର ଶିଶୁଟିର ଅବସ୍ଥା ଗୁରୁତର ରହିଛି । ତେବେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ସେପଟେ ଭୋପାଳ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

  • Tags:

Subscribe

National International State Sports Entertainment