ଫିଲ୍ମ ପ୍ରମୋସନ୍‌ ପାଇଁ ଯାଇଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ ଅଭିନେତା ବାବୁସାନ୍‌, ହସ୍ପିଟାଲ୍‌ରେ ଭର୍ତ୍ତି
Khabar Odisha:Actor-Babusan-who-had-gone-for-a-film-promotion-fell-ill-and-was-admitted-to-the-hospital
ଭୁବନେଶ୍ୱର,ସେପ୍ଟେମ୍ବର ୨୩(ଖବର ଓଡିଶା):

ଓଲିଉଡ୍‌ ହିରୋ ବାବୁସାନ୍‌ ମହାନ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଶରୀରରେ ଅକ୍ସିଜେନ ସ୍ତର କମି ଯିବାରୁ ସେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗତ ୬ ଦିନ ହେବ ବାବୁସାନ୍‌ଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଫିଲ୍ମ ‘ଦମନ୍‌’ର ପ୍ରମୋସନ୍‌ ପାଇଁ ଯାଇଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଶରୀରରେ ଅକ୍ସିଜେନ୍‌ ସ୍ତର କମି ଯିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ହସ୍ପିଟାଲ୍‌ରେ ବାବୁସାନ୍‌ଙ୍କ ପାଖରେ ସ୍ତ୍ରୀ ତୃପ୍ତି ଥିବା ଜଣାପଡ଼ିଛି।

ସେପଟେ ବର୍ତ୍ତମାନ ବାବୁସାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୬ ଜଣିଆ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଥିବା ଜଣାପଡିଛି। 

  • Tags:

Subscribe

National International State Sports Entertainment