ଚୀନ୍: ଉତ୍ତର ଚୀନର ଏକ ନର୍ସିଂହୋମରେ ମଙ୍ଗଳବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ଥିବା ଜଣାପଡ଼ିଛି। ଚୀନର ସରକାରୀ ଖବର ଏଜେନ୍ସି ଜିନହୁଆ ଏହି ରିପୋର୍ଟ କରିଛି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକମାନେ ଏବଂ ଅନ୍ୟ ବୃଦ୍ଧାମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି।
ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ମଙ୍ଗଳବାର ରାତି ୯ଟାରେ ହେବେଇ ପ୍ରଦେଶର ଚେଙ୍ଗଡେ ସହରରେ ଥିବା ଏକ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଥିଲା।
ରିପୋର୍ଟ ଅନୁଯାୟୀ ନର୍ସିଂହୋମରେ ଅଗ୍ନିକାଣ୍ଡ ପରେ ଯେଉଁମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ସେମାନଙ୍କୁ ଅଧିକ ତଦାରଖ ଏବଂ ଚିକିତ୍ସା ପାଇଁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ କେତେ ଲୋକ ଆହତ ହୋଇଛନ୍ତି ସେ ବିଷୟରେ ସୂଚନା ପ୍ରକାଶ କରାଯାଇ ନାହିଁ।
ଅନ୍ୟପକ୍ଷରେ, ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି। ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ସେମାନେ ସମ୍ପୂର୍ଣ୍ଣ ପରିସ୍ଥିତିର ତଦନ୍ତ କରୁଛନ୍ତି ଏବଂ ଦୁର୍ଘଟଣାର କାରଣ ଖୋଜିବାକୁ ଚେଷ୍ଟା କରୁଛନ୍ତି।
ଅଧିକ ପଢ଼ନ୍ତୁ: ମାନ୍ଦା ଅବସ୍ଥାରେ ଆରମ୍ଭ ହେଲା ସେନସେକ୍ସ-ନିଫ୍ଟି