ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ଏବଂ ଏହାରି ଅଧୀନ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ତେବେ ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।
ସକାଳ ୯ଟା ସୁଦ୍ଧା ଭୁବନେଶ୍ୱରରେ ୬.୬୫ ପ୍ରତିଶତ ଭୋଟିଂ ହୋଇଛି। କଟକରେ ୭.୩୨, ଢେଙ୍କାନାଳରେ ୭.୯୫, କେନ୍ଦୁଝରରେ ୮.୭୪, ପୁରୀରେ ୬.୮୭ ଓ ସମ୍ବଲପୁରରେ ୭.୦୯ ପ୍ରତିଶତ ମତଦାନ ଦେଇସାରିଛନ୍ତି। କଡ଼ା ସୁରକ୍ଷା ଭିତରେ ମତଦାନ ଜାରି ଥିବା ବେଳେ ଏହି ପର୍ଯ୍ୟାୟରେ ମତଦାତା ଉତ୍ସାହିତ ଦେଖାଯାଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ଲମ୍ବା ଲାଇନ୍ ଲଗାଇଛନ୍ତି।