କୋଚି: କେରଳର କୋଚିରେ ବେଆଇନ ଭାବେ ରହୁଥିବା ୨୭ ଜଣ ବାଂଲାଦେଶୀ ନାଗରିକ ଗିରଫ ହୋଇଛନ୍ତି। ଏର୍ଣ୍ଣାକୁଲମ୍ ଗ୍ରାାଞ୍ଚଳ ପୁଲିସ ଏବଂ ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍ର ମିଳିତ ଅପରେସନରେ ଏର୍ଣ୍ଣାକୁଲମ୍ ଜିଲ୍ଲାର ଉତ୍ତର ପାରାଭୁର ଅଞ୍ଚଳରେ ସେମାନଙ୍କୁ ଗିରଫ କରାଯାଇଛି।
ପଶ୍ଚିମବଙ୍ଗରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କ ଆଳରେ ବାଂଲାଦେଶୀ ନାଗରିକମାନେ ବିଭିନ୍ନ ସ୍ଥାନରେ କାମ କରୁଥିଲେ ଏବଂ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ବିସ୍ତୃତ ପଚରାଉଚରା ଜାରି ରହିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଦୁଇ ସପ୍ତାହ ତଳେ ୨୮ ବର୍ଷୀୟା ଥାସଲିମା ବେଗମଙ୍କୁ ଗିରଫ କରାଯିବା ପରେ ଏର୍ଣ୍ଣାକୁଲମ୍ ଗ୍ରାମୀଣ ଜିଲ୍ଲା ପୁଲିସ ମୁଖ୍ୟ ବୈଭବ ସକ୍ସେନା ଙ୍କ ଦ୍ୱାରା ଆରମ୍ଭ ହୋଇଥିବା 'ଅପରେସନ୍ କ୍ଲିନ୍' ନାମକ ଏକ ସ୍ୱତନ୍ତ୍ର ଅପରେସନରେ ଏହି ଗିରଫଦାରୀ ହୋଇଥିଲା।
ଗତ ମଙ୍ଗଳବାର କୋଚିର ଭେନାଲାରେ ବେଆଇନ ଭାବେ ରହୁଥିବା ଆଉ ଦୁଇ ଜଣ ବାଂଲାଦେଶୀ ନାଗରିକଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ବାଂଲାଦେଶର ଖୁଲନା ଜିଲ୍ଲାର ବାସିନ୍ଦା ୩୧ ବର୍ଷିୟ ମହମ୍ମଦ ବଲଜିତ ଓ ୩୬ ବର୍ଷୀୟ ମହମ୍ମଦ ବାବୁ। ପୁଲିସ ସୂଚନା ଦେଇଛି ଯେ ଦୁହେଁ ଅନେକ ବର୍ଷ ଧରି ଭେନାଲା ଏବଂ ପାଲରିଆଟମରେ ସ୍କ୍ରାପ୍ ସଂଗ୍ରହକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଖବର ପାଇ ପୁଲିସ ସେମାନଙ୍କ ଭଡ଼ା ଘରେ ପହଞ୍ଚି ଯାଞ୍ଚ କରିଥିଲା। ପ୍ରଥମେ ଦୁହେଁ ଅଧିକାରୀମାନଙ୍କୁ ଭାରତୀୟ ନାଗରିକ ବୋଲି କହିଥିଲେ ଏବଂ ନିଜର ଆଧାର କାର୍ଡ ଦେଖାଇଥିଲେ। ବଳଜିତଙ୍କ ଆଧାର କାର୍ଡର ଠିକଣା ବେଙ୍ଗାଲୁରୁରେ ଥିବା ବେଳେ ବାବୁଙ୍କ ଆଧାର କାର୍ଡରେ ନୂଆଦିଲ୍ଲୀରେ ଠିକଣା ଥିଲା।
ସୂଚନାଯୋଗ୍ୟ, ବାଲାଂଦେଶହର ହଜାର ହଜାର ନାଗରିକ ଭାରତର ବିଭିନ୍ନ ରାଜ୍ୟରେ ରହି ଆସୁଛନ୍ତି। ସେମାନଙ୍କର ମଧ୍ୟରୁ କିଛି ଧରାପଡ଼ୁଥିବା ବେଳେ ଅନେକ ଗୋପନରେ ଲୁଛି ଛନ୍ତି। ଗତମାସ ମୁମ୍ବାଇ, ଦିଲ୍ଲୀ ଓ ପୁଣେରୁ ବେଆଇନ ଭାବେ ରହୁଥିବା କିଛି ବାଂଲାଦେଶୀ ନାଗରିକ ଗିରଫ ହୋଇଥିଲେ।