ରାଜ୍ୟରେ କରୋନା ନେଲା ଆଉ ୨ ଟି ଜୀବନ
Khabar Odisha:2-Corona-patient-death-in-Odisha
ଭୁବନେଶ୍ୱର, ଜୁଲାଇ 3 ( ଖବର ଓଡ଼ିଶା):

 ଓଡ଼ିଶାରେ ଆଉ ୨ ଟି ମୁଣ୍ଡ ନେଲା ମହାମାରୀ କରୋନା ଭାଇରସ ।  ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୯ ଛୁଇଁଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ମୁତାବକ,ଆଜି କରୋନାରେ ମୃତ୍ୟୁ ଘଟିଥିବା ୨ ଜଣ ମୃତକ ଗଞ୍ଜାମ ଜିଲ୍ଲାର । ତେବେ ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୬୬ ବର୍ଷୀୟ ବ୍ୟକ୍ତି । ଅନ୍ୟଜଣେ ଗଞ୍ଜାମ ଜିଲ୍ଲାର ୪୦ ବର୍ଷୀୟ ବ୍ୟକ୍ତି । କିଛି ଦିନ ତଳେ ଉଭୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ମହାମାରୀରେ ସଂକ୍ରମଣ ହୋଇ ଏହି ୨ ଜଣ ବ୍ୟକ୍ତି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । 

ଚିକିତ୍ସିତ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଦୁହିଁଙ୍କ ଶରୀରରେ ଆଗରୁ ମଧ୍ୟ ସ୍ଵାସ୍ଥ୍ୟଗତ ଗମ୍ଭୀର ସମସ୍ୟା ରହିଥିବା ଜଣାପଡିଛି । ସେହିଭଳି ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯ କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ୨୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା ।

  • Tags:

Subscribe

National International State Sports Entertainment