ପାକିସ୍ତାନର ସ୍ୱାତ ଜିଲ୍ଲାରେ ପ୍ରଥମ ଥର ପାଇଁ ମିଳିଲା ହିନ୍ଦୁ ସାମ୍ରାଜ୍ୟର ଚିହ୍ନ, ଠାବ ହେଲା 1300 ବର୍ଷ ପୁରୁଣା ହିନ୍ଦୁ ମନ୍ଦିର
Khabar Odisha:1300-year-old-hindu-temple-found-in-swat-district-pakistan
ନୂଆଦିଲ୍ଲୀ,ନଭେମ୍ବର 20 (ଖବର ଓଡିଶା)

ଉତ୍ତର-ପଶ୍ଚିମ ପାକିସ୍ତାନର ସ୍ୱାତ ଜିଲ୍ଲାର ଏକ ପର୍ବତରେ 1,300 ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଠାବ ହୋଇଛି  । ବାରିକୋଟ ଘଣ୍ଡାଇରେ ଖନନ ସମୟରେ ପାକିସ୍ତାନୀ ଏବଂ ଇଟାଲୀୟ ପ୍ରତ୍ନତତ୍ତ୍ୱ ବିଶେଷଜ୍ଞଙ୍କ ଦ୍ୱାରା ଏହି ମନ୍ଦିର ଠାବ ହୋଇଛି   ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କର ଅଟେ ଏବଂ ହିନ୍ଦୁ ରାଜତ୍ୱ ସମୟରେ ଏଠାରେ ନିର୍ମିତ ହୋଇଥିଲା ବୋଲି ସୂଚନା ମିଳିଛି 

ଖାଇବର ପାଖ୍ଟନଖୱା ପ୍ରତ୍ନତତ୍ତ୍ୱ ବିଭାଗର ବରିଷ୍ଠ ଅଧିକାରୀ ଫଜଲେ ଖାଲିକ୍ କହିଛନ୍ତି ଯେ ଏଠାରେ ଭଗବାନ ବିଷ୍ଣୁଙ୍କ ପ୍ରତିମା ସ୍ଥାପନ କରାଯାଇଛି ଏବଂ ତାଙ୍କୁ ବହୁ ବର୍ଷ ପୂର୍ବେ ପୂଜା କରାଯାଇଥିଲା  । ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ମନ୍ଦିର 1300 ବର୍ଷ ପୂର୍ବେ ହିନ୍ଦୁ ରାଜକୀୟ ସମୟରେ ନିର୍ମିତ ହୋଇଥିଲା   ଖନନ ସମୟରେ ମନ୍ଦିର ସ୍ଥାନ ନିକଟରେ ରାକ୍ଷୀଙ୍କ ପାଇଁ କ୍ୟାଣ୍ଟନମେଣ୍ଟ ଏବଂ ମିନାର ମଧ୍ୟ ଦେଖିବାକୁ ମିଳିଛି  । ବିଶେଷଜ୍ଞମାନେ ମନ୍ଦିର ନିକଟରେ ଏକ ଜଳାଶୟ ମଧ୍ୟ ପାଇଛନ୍ତି  । ଭକ୍ତମାନେ ଏଠାରେ ପୂଜା ପୂର୍ବରୁ ନିଶ୍ଚୟ ସ୍ନାନ କରୁଥିବେ   ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ହିନ୍ଦୁ ସାମ୍ରାଜ୍ୟ ସମୟର ଚିହ୍ନ ରହିଛି   । ଖାଲିକ୍ କହିଛନ୍ତି ଯେ ସ୍ୱାତ ଜିଲ୍ଲାରେ ଏକ ହଜାର ବର୍ଷ ପୁରୁଣା ପ୍ରତ୍ନତାତ୍ତ୍ୱିକ ସ୍ଥାନ ରହିଛି ଏବଂ ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ହିନ୍ଦୁ ସାମ୍ରାଜ୍ୟ ସମୟର ଚିହ୍ନ ଦେଖିବାକୁ ମିଳିଛି 


ସୂଚନାନୁସାରେ, ଏହି ସ୍ଥାନଟି ହିନ୍ଦୁ ରାଜବଂଶ ଶାସନ କଲା ବେଳେ ହିନ୍ଦୁ ସାହି କିମ୍ବା କାବୁଲ ସାହି  850 ରୁ 1026 ଖ୍ରୀଷ୍ଟାବ୍ଦରେ ରହିଆସିଛି     ଏଠାରେ ଏକ ହିନ୍ଦୁ ରାଜବଂଶ ଥିଲା ଯାହା କାବୁଲ ଉପତ୍ୟକା (ପୂର୍ବ ଆଫଗାନିସ୍ତାନ), ଗାନ୍ଧର (ଆଧୁନିକ ପାକିସ୍ଥାନ) ଏବଂ ବର୍ତ୍ତମାନର ଉତ୍ତର-ପଶ୍ଚିମ ଭାରତରେ ଶାସନ କରିଥିଲା   ଇଟାଲୀର ପ୍ରତ୍ନତାତ୍ତ୍ୱିକ ମିଶନର ମୁଖ୍ୟ ଡ. ଲୁକା କହିଛନ୍ତି ଯେ ଏହା ସ୍ୱାତ ଜିଲ୍ଲାରେ ଆବିଷ୍କୃତ ହୋଇଥିବା ଗାନ୍ଧର ସଭ୍ୟତାର ପ୍ରଥମ ମନ୍ଦିର 

  • Tags:

Subscribe

National International State Sports Entertainment