ଭୋପାଳ: ଛତିଶଗଡ଼ର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀମୋହନ ଶୁକ୍ଳାଙ୍କ ପୁଅ ତୁଷାର ଶୁକ୍ଳା ଭୋପାଳସ୍ଥିତ ନିଜ ଘରେ ଗଳା କାଟି ଜୀବନ ହାରିଛନ୍ତି। ତୁଷାରଙ୍କର ସମ୍ମାନ, ଧନ ଓ ପରିବାର ଥିଲା, କିନ୍ତୁ ସେ ଜୀବନରେ ଆଶା ଛାଡ଼ି ଦେଇଥିଲେ। ଦୀର୍ଘ ଦିନ ଧରି ଚାକିରି କରୁଥିବା ତୁଷାର ଗତ କିଛି ବର୍ଷ ହେବ ଗଭୀର ଅବସାଦ ସହ ସଂଘର୍ଷ କରୁଥିଲେ।
କମଳାନଗର ଥାନା ଅଧିକାରୀ ନିରୁପା ପାଣ୍ଡେ କହିଛନ୍ତି, ଶନିବାର ସନ୍ଧ୍ୟାରେ ତୁଷାର ଛାତ ଉପରେ ଥିବା ଏକ ଟିନ୍ ସେଡ୍ରେ ଏକ କୋଠରୀରେ ଥିଲେ। ଏହି ସମୟରେ ପରିବାରର ଅନ୍ୟ ସଦସ୍ୟମାନେ ତଳେ ଥିଲେ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ସମ୍ପର୍କୀୟମାନେ ତୁଷାରଙ୍କ ଚିତ୍କାର ଶୁଣିଥିଲେ। ସେମାନେ ଛାତ ନିକଟରେ ପହଞ୍ଚିବା ପରେ ତୁଷାରଙ୍କ ଗଳା କଟି ଯାଇଥିଲା ଏବଂ ତାଙ୍କର ରକ୍ତସ୍ରାବ ହେଉଥିଲା। ବାମ ହାତରେ କଟା ଚିହ୍ନ ମଧ୍ୟ ଥିଲା।
ସ୍ୱାଜନ ତୁଷାରଙ୍କୁ ହାଜେଲା ଡାକ୍ତରଖାନାକୁ ନେଉଥିଲେ, କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ରବିବାର ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ। ଏହି ଘଟଣାରେ ପୂର୍ବତନ ଡିଜିପିଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି।
ତୁଷାରଙ୍କ ବାପାଙ୍କ ପରିବାରରେ ପିତାମାତା, ପତ୍ନୀ ଓ ଗୋଟିଏ ପୁଅ ଅଛନ୍ତି। ତୁଷାରଙ୍କ ପିତା ୨୦୦୦ ନଭେମ୍ବର ୧ରେ ଛତିଶଗଡ଼ର ପ୍ରଥମ ଡିଜିପି ହୋଇଥିଲେ। ସେ ୨୬ ମଇ ୨୦୦୧ ପର୍ଯ୍ୟନ୍ତ ପୁଲିସ ବାହିନୀର ନେତୃତ୍ୱ ନେଇଥିଲେ।ଅବସର ପରେ ସେ ଭୋପାଳର ବୈଶାଳୀ ନଗରରେ ରହୁଥିଲେ।
ପୁଲିସ ସୂଚନା ଅନୁଯାୟୀ, ୫୪ ବର୍ଷୀୟ ତୁଷାର ଶୁକ୍ଳା ଗତ ଦୁଇ ବର୍ଷ ହେବ ଗଭୀର ଅବସାଦ ସହ ଲଢ଼ୁଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। ଏହି ସମୟରେ ସେ ନା ଅଧିକ ବାହାରକୁ ଆସୁଥିଲେ ନା ବାହାର ଲୋକଙ୍କୁ ଭେଟିଥିଲେ।
Son of former DGP in Chhattisgarh end life by slitting his throat police investigating
ଅଧିକ ପଢ଼ନ୍ତୁ: ହରିୟାଣାର ବିକାଶକୁ ଦ୍ୱିଗୁଣିତ କ୍ଷମତା ଦେବେ ସୈନୀ