କରୋନା ଭାଇରସ୍‌: ଏକ ସପ୍ତାହରେ 1000 ଶର୍ଯ୍ୟାର ହସ୍ପିଟାଲ ତିଆରି କରିବ ଚାଇନା
Khabar Odisha:world-news-coronavirus-china-to-build-1000-bed-hospital-within-a-week-in-wuhan
ବେଜିଂ,ଜାନୁଆରୀ ୨୫ (ଖବର ଓଡ଼ିଶା):

କାୟା ବିସ୍ତାର କରି ଚାଲିଥିବା କରୋନା ଭାଇସକୁ ଦେଖି ଚୀନ ପ୍ରଶାସନ ଆଲର୍ଟରେ ରହିଛି ଏବଂ ଏହାକୁ ରୋକିବା ପାଇଁ ଅନେକ ନିଷ୍ପତ୍ତି ନେଇଛି । ଏଥିରେ ଗୋଟିଏ ସପ୍ତାହ ମଧ୍ୟରେ 1000 ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବା ମଧ୍ୟ ସାମିଲ ରହିଛି । ଏହା ପଢି, ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ଏହା ସତ ଏବଂ କରୋନାର କେନ୍ଦ୍ର ବୁହାନ ସହରରେ ରୋଗୀଙ୍କ ଚିକିତ୍ସା ପାଇଁ ଏହି ହସ୍ପିଟାଲ ନିର୍ମାଣ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ 2003ରେ ଯେତେବେଳେ ସାର୍ସ ବ୍ୟାପିଥିଲା ସେହି ସମୟରେ ଚାଇନା ଏପରି କାରନାମା କରି ଦେଖାଇଥିଲା ଯାହାକୁ ସ୍ଥାନୀୟ ମିଡିଆରେ ସ୍ୱାସ୍ଥ୍ୟ ଜଗତର ଚମତ୍କାର କୁହାଯାଇଥିଲା । 

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ଏହି ଭାଇରସ ଯୋଗୁଁ 41 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 1300ରୁ ଅଧିକ ଲୋକ ସଂକ୍ରମଣ ହୋଇଥିବା ପୁଷ୍ଟି ହୋଇଛି । ଚାଇନାରେ ବର୍ତ୍ତମାନ ସୁଦ୍ଧା 18ଟି ସହରକୁ ସିଲ କରାଯାଇଛି । ସେହିପରି 5 କୋଟିରୁ ଅଧିକ ଲୋକ ନିଜ ବନ୍ଦୀ ହୋଇ ରହିଛନ୍ତି । ଏହା ବି ସେହି ସମୟରେ ଯେତେବେଳେ ଆଜି ସେଠାରେ ନୂଆ ବର୍ଷର ଉତ୍ସବ ପାଳନ କରାଯାଉଛି । ଅନ୍ୟପଟେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାର ଭୟାଭୟତା ଦେଖି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । କୁହାଯାଉଛି ଯେ ଏହି ଭାଇରସ ଗତ ବର୍ଷ ଜନ୍ମ ନେଇଥିଲା । 

ଚାଇନା ମଡିଆ ରିପୋର୍ଟ ଅନୁସାରେ, ଏହି ହସ୍ପିଟାଲ ସ୍ଥାନୀୟ ହଲିଡେ କମ୍ପ୍ଲେକ୍ସ ପାଖରେ ନିର୍ମାଣ କରାଯାଉଛି ଯେଉଁଠାରେ ସ୍ଥାନୀୟ ଶ୍ରମିକ ରହୁଛନ୍ତି । ଅଞ୍ଚଳରେ ବିଲ୍ଡିଂ ନିର୍ମାଣ କରୁଥିବେ ମେଶିନ ଦେଖିବାକୁ ମିଳୁଛି । 35 ଡିଗର ଏବଂ 10 ବୁଲଡୋର ଗୁରୁବାର ରାତିରେ ଅଞ୍ଚଳକୁ ପଠାଯାଇଥିଲା । ଏହି ବିଲ୍ଡିଂକୁ ସୋମବାର ସୁଦ୍ଧା ପୁରା କରିବାକୁ ଯୋଜନା ରଖାଯାଇଛି । ରିପୋର୍ଟ ଅନୁସାରେ, ଏହି ବିଲ୍ଡିଂକୁ ନିର୍ମାଣ କରିବା ପଛରେ ମୁଖ୍ୟ କାରଣ ବର୍ତ୍ତମାନର ମେଡିକାଲ ଉପକରଣର ଅଭାବକୁ ଦୂର କରିବା । କାରଣ ଏହା ସମ୍ପୂର୍ଣ୍ଣ ରୁପରେ ନିର୍ମିତ ବିଲ୍ଡିଂ ହେବ, ଏହା ନା କେବଳ ଶୀଘ୍ର ନିର୍ମାଣ ହେବ, ବରଂ ନିର୍ମାଣରେ ଅଧିକ ଖର୍ଚ୍ଚ ହେବ ନାହିଁ ।

2003ରେ ଯେତେବେଳେ ବେଜିଂରେ ସାର୍ସ ବ୍ୟାପିଥିଲା ସେହି ସମୟରେ ଏହିପରି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଏବଂ ସେହି ସମୟରେ 774 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଭାଇରସ ପ୍ରାୟ 30 ଦେଶରେ ବ୍ୟାପିଥିଲା  । ବେଜିଂରେ ସେହି ସମୟରେ ଏହି  ହସ୍ପିଟାଲକୁ 7 ହଜାର ଶ୍ରମିକଙ୍କ ସାହାଯ୍ୟରେ ନିର୍ମାଣ କରାଯାଇଥିଲା । ବେଜିଂର ଉତ୍ତରୀ ସବ-ଅର୍ବାନ କ୍ଷେତ୍ରରେ ଏହି ହସ୍ପିଟାଲ ଏକ ସପ୍ତାହ ମଧ୍ୟରେ ନିର୍ମାଣ କରାଯାଇଥିଲା । 

Subscribe

National International State Sports Entertainment